Categories: ଜାତୀୟ

ମାଲାବାର ଏକ୍ସରସାଇଜ୍‌

ନୂଆଦିଲ୍ଲୀ,୧୨ ।୧୦: ପୂର୍ବ ଲଦ୍ଦାଖକୁ ଲାଗି ରହିଥିବା ଏଲ୍‌ଏସି ନିକଟରେ ଚାଇନା ସହ ତୁତୁ ମେମେ ବଢିଥିବା ବେଳେ, ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିୟା ନୌସେନା ମଙ୍ଗଳବାରଠାରୁ ବଙ୍ଗୋପସାଗରରେ ମାଲାବାର ଯୁଦ୍ଧାଭ୍ୟାସ କରିବାକୁ ଯାଉଛନ୍ତି । ଅକ୍ଟୋବର ୧୨-୧୫ପର୍ଯ୍ୟନ୍ତ ଏହା ଚାଲିବ । ଏହି ମେରିଟାଇମ ଏକ୍ସରସାଇଜରେ ଆମେରିକା ନୌସେନାର ନ୍ୟୁକ୍ଲିୟର ଏୟାରକ୍ରାପ୍ଟ କ୍ୟାରିୟର, ୟୁଏସ୍‌ଏସ୍ କାର୍ଲ ୱିଙ୍ଗସ୍ ଭାଗ ନେବାକୁ ଯାଉଛନ୍ତି । ଭାରତୀୟ ନୌସେନାର ଏକ ବୁଡାଜାହାଜ ଏହି ୱାର ଗେମରେ ଅଂଶଗ୍ରହଣ କରିବ । ଭାରତୀୟ ନୌସେନାର ସୂଚନା ଅନୁଯାୟୀ, ବଙ୍ଗୋପସାଗର ଉପକୂଳରେ ହେବାକୁ ଯାଉଥିବା ମାଲାବାର ୨୦୨୧ ଏକ୍ସରସାଇଜର ଏହା ଦ୍ୱିତୀୟ ଭାଗ । ପ୍ରଥମଟି ଅଗଷ୍ଟରେ ଫିଲିପିନ୍ସସମୁଦ୍ରର ଗୁଆମ ଦ୍ୱିପ ନିକଟରେ ହୋଇଥିଲା ।

Share