ଅରୁଆ ଚାଉଳରେ ରଥ ନିର୍ମାଣ

ପିପିଲି,୨୦ା୬(ପ୍ରଭାତ କୁମାର ମହାପାତ୍ର): ଭକ୍ତ ମହାପ୍ରଭୁଙ୍କ ପ୍ରତି ଭିନ୍ନ ପ୍ରକାରରେ ନିଜର ଭକ୍ତି ଦର୍ଶାଇଥାଏ। ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଧାମ ଚଳଚଞ୍ଚଳ ହୋଇଉଠିଛି। ଏହା ପୂର୍ବରୁ ପିପିଲି ବ୍ଲକ ଦର୍ଜିସାହି ଗ୍ରାମର ଯୁବ କାରିଗର ଅକ୍ଷୟ ମହାପାତ୍ର ଅରୁଆ ଚାଉଳରେ ରଥ ନିର୍ମାଣ କରି ମହାପ୍ରଭୁଙ୍କ ପ୍ରତି ଥିବା ତାଙ୍କ ଭକ୍ତିକୁ ଦର୍ଶାଇଛନ୍ତି।

ଏହି ବର୍ଷ ସେ ଅରୁଆ ଚାଉଳରେ ଅତି ନିଖୁଣ ଭାବେ ରଥର ଚକ, ଚାରମାଳ ବାଇଶି ପାହଚ, ପୋଟଳ, ପାରା ଭାଡ଼ି ସହ ରଥରେ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଏହି ୨ ଫୁଟର ରଥ ପାଇଁ ୧୨ଶହ ଗ୍ରାମ ଅରୁଆ ଚାଉଳ ଲାଗିଥିବା ବେଳେ ଅକ୍ଷୟଙ୍କୁ ୨ରୁ ଅଢ଼େଇ ମାସ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା। ସେ ଏହି ରଥକୁ ଭକ୍ତଙ୍କ ଉଦ୍ଦେଶ୍ୟରେ କରିଥିବା କହିଛନ୍ତି।

ଏହି ରଥ ତିଆରିରେ ତାଙ୍କ ମା’ ସଞ୍ଜୁଲତା ସହଯୋଗ କରିଥିବାବେଳେ କାର୍ଯ୍ୟକୁ ନେଇ ପୂରା ପରିବାର ବେଶ୍‌ ଖୁସି ଅଛନ୍ତି। ଏହା ପୂର୍ବରୁ ସେ ଦିଆସିଲି କାଠି ଓ ସୋଲରେ ମହାପ୍ରଭୁଙ୍କ ରଥ ଓ ମୂର୍ତ୍ତି ନିର୍ମାଣ କରିଥିଲେ, ଯାହାକୁ ନେଇ ଅକ୍ଷୟଙ୍କୁ ଖୁବ୍‌ ପ୍ରଶଂସା କରାଯାଇଥିଲା। ସ୍ଥାନୀୟ ଦର୍ଜି ସାହି ବାସିନ୍ଦା ଓ ଅଞ୍ଚଳର ବୁଦ୍ଧିଜୀବୀ ତାଙ୍କର ଏଭଳି କାର୍ଯ୍ୟଦକ୍ଷତା ପାଇଁ ଉତ୍ସାହିତ କରିଛନ୍ତି। ଅକ୍ଷୟ ଜଣେ ଜଗନ୍ନାଥ ପ୍ରେମୀ ହୋଇଥିବାବେଳେ ପିପିଲିର ଶ୍ରୀପତିତପାବନ ମନ୍ଦିରରେ ତାଙ୍କ ପରିବାର ସେବା କାର୍ଯ୍ୟ କରିଥାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri