Posted inଜାତୀୟ

‘ମେକ୍‌ ଇନ୍‌ ଇଣ୍ଡିଆ’ ବିଫଳ ହୋଇଛି: ରାହୁଲ

ନୂଆଦିଲ୍ଲୀ,୪।୨: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଚିନ୍ତାଧାରାକୁ ପ୍ରଶଂସା କରିଥିବାବେଳେ ସରକାର ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି, ଯେଉଁଥିପାଇଁ ୨୦୧୪ରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଉତ୍ପାଦନ କ୍ଷେତ୍ରର ଅବଦାନ ୧୫.୩ ପ୍ରତିଶତ ଥିବାବେଳେ ବର୍ତ୍ତମାନ ତାହା ୧୨.୬ ପ୍ରତିଶତକୁ ଖସିଆସିଛି। ଉତ୍ପାଦନ ସେକ୍ଟରରେ ଗତ ୬୦ ବର୍ଷ ମଧ୍ୟରେ ଏହା ସବୁଠୁ କମ୍‌ ଭାଗ ବୋଲି ରାହୁଲ କହିଥିଲେ। ଏଥିପାଇଁ ଭାରତ ମାଟିରେ ଚାଇନା ସୈନ୍ୟଙ୍କ ଉପସ୍ଥିତିକୁ ସେ ସିଧାସଳଖ ଦାୟୀ କରିଥିଲେ। ତେବେ କଂଗ୍ରେସ ନେତାଙ୍କ ଏଭଳି ମନ୍ତବ୍ୟକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କଡ଼ା ବିରୋଧ କରିଥିଲେ। ରାହୁଲ ମିଥ୍ୟା ଅଭିଯୋଗ ଆଣୁଥିବା ରିଜିଜୁ କହିବା ସହ ଏହାର ପ୍ରମାଣ ଦାବିରେ ସେ ବାଚସ୍ପତି ଓମ୍‌ ବିର୍ଲାଙ୍କ ସହ କଥା ହେବେ ବୋଲି କହିଥିଲେ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବା ନିମନ୍ତେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଆମନ୍ତ୍ରଣ ଯୋଗାଡ଼ କରିବାକୁ ପଠାଯାଇଥିଲା ବୋଲି ରାହୁଲ ଅଭିଯୋଗ କରିବାରୁ ସରକାରୀ ଦଳ ଏହାକୁ ଜୋର୍‌ଦାର ବିରୋଧ କରିଥିଲେ। ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟକୁ ଖଣ୍ଡନ କରି ଜୟଶଙ୍କର କହିଛନ୍ତି, ଜୋ ବାଇଡେନ୍‌ ପ୍ରଶାସନର ପରରାଷ୍ଟ୍ର ସଚିବ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ)ଙ୍କୁ ଭେଟିବା ପାଇଁ ଗତ ଡିସେମ୍ବରରେ ସେ ଆମେରିକା ଯାଇଥିଲେ। ରାହୁଲ ଜାଣିଶୁଣି ମିଛ ବିବୃତି ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲାଗି ନିମନ୍ତ୍ରଣ ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଆମେରିକା ଯାଆନ୍ତି ନାହିଁ। ଏଭଳି ବ୍ୟବସ୍ଥା ଚାଲୁଥିଲେ, ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିବାକୁ ଆମେରିକା ରାଷ୍ଟ୍ରପତିଙ୍କୁ ଆସିବାକୁ ପଡ଼ୁଥାନ୍ତା ବୋଲି ଜୟଶଙ୍କର କହିଛନ୍ତି। ରାହୁଲ ଏଭଳି ମିଥ୍ୟା ଅଭିଯୋଗ ଆଣି ଭାରତର ବୈଶ୍ୱିକ ଛବିକୁ କ୍ଷତି ପହଞ୍ଚାଉଥିବା ଜୟଶଙ୍କର ଅଭିଯୋଗ କରିଛନ୍ତି।
ସେହିପରି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ରେ ଭାରତ ଅନ୍ୟ ଦେଶ ତୁଳନାରେ ବହୁ ପଛରେ ପଡ଼ିଥିବା ରାହୁଲ କହିଛନ୍ତି। ବିନା ଡେଟାରେ ଏଆଇର କୌଣସି ଅର୍ଥ ନାହିଁ। ଏଆଇ ସିଷ୍ଟମ୍‌କୁ ପରିପୁଷ୍ଟ କରିବା ନିମନ୍ତେ ଭାରତ ପାଖରେ ଡେଟା ନ ଥିବା କଂଗ୍ରେସ ନେତା କହିଛନ୍ତି।
ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ରାହୁଲ ସମାଲୋଚନା କରିବା ସହ ଏହାକୁ ବାରମ୍ବାର ଦୋହରାଯାଉଥିବା ଏକ ଲମ୍ବା ତାଲିକା ବୋଲି କହିଥିଲେ। ରାଷ୍ଟ୍ରପତି ତାଙ୍କ ଭାଷଣରେ କେନ୍ଦ୍ର ସରକାରଙ୍କ ଶାସନର ଟ୍ରାକ୍‌ ରେକର୍ଡକୁ ଦୋହରାଇବା ସହ ଆଗକୁ ସରକାର ଗ୍ରହଣ କରିବାକୁ ଯାଉଥିବା ଅର୍ଥନୈତିକ ଦିଶା ନିର୍ଦ୍ଦେଶ ସମ୍ପର୍କରେ କହିଥିଲେ। ଏହା ପରେ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଅବସ୍ଥାକୁ ଲକ୍ଷ୍ୟ କରି କହିଥିଲେ, ବିଚାରି ମହିଳା, ଅଭିଭାଷଣର ଶେଷଆଡ଼କୁ ଅତ୍ୟନ୍ତ ଥକିଗଲା ଭଳି ଜଣାପଡ଼ୁଛନ୍ତି। ସୋନିଆଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସୋନିଆ କେବଳ ରାଷ୍ଟ୍ରପତିଙ୍କ ପଦମର୍ଯ୍ୟାଦାକୁ ଅସମ୍ମାନ କରିନାହାନ୍ତି, ବରଂ ଦେଶର ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି ବୋଲି ଭାଜପା ସମାଲୋଚନା କରିବା ସହ ତାଙ୍କଠାରୁ କ୍ଷମା ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri