Posted inଜାତୀୟ

‘ମେକ୍‌ ଇନ୍‌ ଇଣ୍ଡିଆ’ ବିଫଳ ହୋଇଛି: ରାହୁଲ

ନୂଆଦିଲ୍ଲୀ,୪।୨: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଚିନ୍ତାଧାରାକୁ ପ୍ରଶଂସା କରିଥିବାବେଳେ ସରକାର ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି, ଯେଉଁଥିପାଇଁ ୨୦୧୪ରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଉତ୍ପାଦନ କ୍ଷେତ୍ରର ଅବଦାନ ୧୫.୩ ପ୍ରତିଶତ ଥିବାବେଳେ ବର୍ତ୍ତମାନ ତାହା ୧୨.୬ ପ୍ରତିଶତକୁ ଖସିଆସିଛି। ଉତ୍ପାଦନ ସେକ୍ଟରରେ ଗତ ୬୦ ବର୍ଷ ମଧ୍ୟରେ ଏହା ସବୁଠୁ କମ୍‌ ଭାଗ ବୋଲି ରାହୁଲ କହିଥିଲେ। ଏଥିପାଇଁ ଭାରତ ମାଟିରେ ଚାଇନା ସୈନ୍ୟଙ୍କ ଉପସ୍ଥିତିକୁ ସେ ସିଧାସଳଖ ଦାୟୀ କରିଥିଲେ। ତେବେ କଂଗ୍ରେସ ନେତାଙ୍କ ଏଭଳି ମନ୍ତବ୍ୟକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କଡ଼ା ବିରୋଧ କରିଥିଲେ। ରାହୁଲ ମିଥ୍ୟା ଅଭିଯୋଗ ଆଣୁଥିବା ରିଜିଜୁ କହିବା ସହ ଏହାର ପ୍ରମାଣ ଦାବିରେ ସେ ବାଚସ୍ପତି ଓମ୍‌ ବିର୍ଲାଙ୍କ ସହ କଥା ହେବେ ବୋଲି କହିଥିଲେ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବା ନିମନ୍ତେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଆମନ୍ତ୍ରଣ ଯୋଗାଡ଼ କରିବାକୁ ପଠାଯାଇଥିଲା ବୋଲି ରାହୁଲ ଅଭିଯୋଗ କରିବାରୁ ସରକାରୀ ଦଳ ଏହାକୁ ଜୋର୍‌ଦାର ବିରୋଧ କରିଥିଲେ। ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟକୁ ଖଣ୍ଡନ କରି ଜୟଶଙ୍କର କହିଛନ୍ତି, ଜୋ ବାଇଡେନ୍‌ ପ୍ରଶାସନର ପରରାଷ୍ଟ୍ର ସଚିବ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ)ଙ୍କୁ ଭେଟିବା ପାଇଁ ଗତ ଡିସେମ୍ବରରେ ସେ ଆମେରିକା ଯାଇଥିଲେ। ରାହୁଲ ଜାଣିଶୁଣି ମିଛ ବିବୃତି ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲାଗି ନିମନ୍ତ୍ରଣ ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଆମେରିକା ଯାଆନ୍ତି ନାହିଁ। ଏଭଳି ବ୍ୟବସ୍ଥା ଚାଲୁଥିଲେ, ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିବାକୁ ଆମେରିକା ରାଷ୍ଟ୍ରପତିଙ୍କୁ ଆସିବାକୁ ପଡ଼ୁଥାନ୍ତା ବୋଲି ଜୟଶଙ୍କର କହିଛନ୍ତି। ରାହୁଲ ଏଭଳି ମିଥ୍ୟା ଅଭିଯୋଗ ଆଣି ଭାରତର ବୈଶ୍ୱିକ ଛବିକୁ କ୍ଷତି ପହଞ୍ଚାଉଥିବା ଜୟଶଙ୍କର ଅଭିଯୋଗ କରିଛନ୍ତି।
ସେହିପରି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ରେ ଭାରତ ଅନ୍ୟ ଦେଶ ତୁଳନାରେ ବହୁ ପଛରେ ପଡ଼ିଥିବା ରାହୁଲ କହିଛନ୍ତି। ବିନା ଡେଟାରେ ଏଆଇର କୌଣସି ଅର୍ଥ ନାହିଁ। ଏଆଇ ସିଷ୍ଟମ୍‌କୁ ପରିପୁଷ୍ଟ କରିବା ନିମନ୍ତେ ଭାରତ ପାଖରେ ଡେଟା ନ ଥିବା କଂଗ୍ରେସ ନେତା କହିଛନ୍ତି।
ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ରାହୁଲ ସମାଲୋଚନା କରିବା ସହ ଏହାକୁ ବାରମ୍ବାର ଦୋହରାଯାଉଥିବା ଏକ ଲମ୍ବା ତାଲିକା ବୋଲି କହିଥିଲେ। ରାଷ୍ଟ୍ରପତି ତାଙ୍କ ଭାଷଣରେ କେନ୍ଦ୍ର ସରକାରଙ୍କ ଶାସନର ଟ୍ରାକ୍‌ ରେକର୍ଡକୁ ଦୋହରାଇବା ସହ ଆଗକୁ ସରକାର ଗ୍ରହଣ କରିବାକୁ ଯାଉଥିବା ଅର୍ଥନୈତିକ ଦିଶା ନିର୍ଦ୍ଦେଶ ସମ୍ପର୍କରେ କହିଥିଲେ। ଏହା ପରେ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଅବସ୍ଥାକୁ ଲକ୍ଷ୍ୟ କରି କହିଥିଲେ, ବିଚାରି ମହିଳା, ଅଭିଭାଷଣର ଶେଷଆଡ଼କୁ ଅତ୍ୟନ୍ତ ଥକିଗଲା ଭଳି ଜଣାପଡ଼ୁଛନ୍ତି। ସୋନିଆଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସୋନିଆ କେବଳ ରାଷ୍ଟ୍ରପତିଙ୍କ ପଦମର୍ଯ୍ୟାଦାକୁ ଅସମ୍ମାନ କରିନାହାନ୍ତି, ବରଂ ଦେଶର ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି ବୋଲି ଭାଜପା ସମାଲୋଚନା କରିବା ସହ ତାଙ୍କଠାରୁ କ୍ଷମା ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri