ଝିଅଙ୍କ ରୁମ୍‌ ତିଆରି କରନ୍ତୁ ଏହି ଦିଗରେ : ଦୂର ହେବ ବିବାହ ସମ୍ବନ୍ଧୀୟ ସମସ୍ୟା

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯେକୌଣସି ଘରେ ଧନ ସେତେବେଳେ ବଢ଼ିଥାଏ  ଯେତେବେଳେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ହସ ଏବଂ ଖୁସିର ବାତାବରଣଥାଏ। ଯେତେବେଳେ ଘରର ସଦସ୍ୟମାନଙ୍କ ସମ୍ପର୍କ ଭଲ ରହେ ସେତେବେଳେ ବ୍ୟବସାୟ କିମ୍ବା ଚାକିରିକୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଥାଏ।
ଘରେ ଅସନ୍ତୋଷର ଅନେକ କାରଣ ଥାଇପାରେ। ଯେଉଁଥିରେ ବାସ୍ତୁ ଦୋଷ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଅନେକ ଥର, ଅଜାଣତରେ, ଏପରି ଭୁଲ ହୋଇଯାଏ ଯେଉଁଥିପାଇଁ ପାରିବାରିକ ଜୀବନ ଖରାପ ହେବାକୁ ଲାଗେ। ଘରେ ଥିବା ମତଭେଦ ଏବଂ ବିବାଦ ଦୂର କରିବା ଜାଣନ୍ତୁ କିଛି ବାସ୍ତୁ ଟିପ୍ସ।

ମତଭେଦ କିମ୍ବା ଝଗଡାକୁ ଏଡାଇବା ପାଇଁ ଘରେ ଯେକୌଣସି ଦେବତାଙ୍କର ଏକରୁ ଅଧିକ ଫଟୋ ରଖନ୍ତୁ ନାହିଁ । ଏହା ବ୍ୟତୀତ କୌଣସି ଦେବତାଙ୍କର ଚିତ୍ରକୁ ମୁହାଁମୁହିଁ ରଖାଯିବା ଉଚିତ ନୁହେଁ ।
ଘରେ ରାମାୟଣ, ମହାଭାରତ, ଯୁଦ୍ଧ ଏବଂ ପେଚା ଇତ୍ୟାଦିର ଫଟୋ ଲଗାଯିବା ଉଚିତ ନୁହେଁ । ଘର ସର୍ବଦା ଶାନ୍ତ ଏବଂ ସବୁଜ ଚିତ୍ର ସହିତ ସଜାଯିବା ଉଚିତ, ଯାହାଫଳରେ ଘରେ ଶାନ୍ତି ରହିଥାଏ ।
ଉତ୍ତର-ପଶ୍ଚିମ ଦିଗରେ ଝିଅଙ୍କ ରୁମ୍‌ ତିଆରି କରାଯିବା ଉଚିତ୍‌। ଏହା ସେମାନଙ୍କର ପ୍ରକୃତି ଶାନ୍ତ ରଖେ। ଆହୁରି ମଧ୍ୟ, ବିବାହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୁଏ।