ଏହି ୩ ରାଶିର ଜାତକଧାରୀ ହୋଇଯାଆନ୍ତୁ ସାବଧାନ: ଜାନୁଆରୀ ପହିଲାରୁ ବଢ଼ିପାରେ ସମସ୍ୟା, ଚାକିରି ଉପରେ ଆସିପାରେ ବିପଦ…

ଆସୁଛି ନୂଆ ବର୍ଷ ୨୦୨୫। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ଆରମ୍ଭ ଗ୍ରହର ପରିବର୍ତ୍ତନ ସହ ହେଉଛି। ପ୍ରଥମ ଦିନ ଚନ୍ଦ୍ର ମକର ରାଶିରେ ପ୍ରବେଶ କରିଛନ୍ତି। ଏମିତିରେ କିଛି ରାଶିର ଜାତକଧାରୀଙ୍କୁ ସାବଧାନ ରହିବାକୁ ହେବ। ନୂଆ ବର୍ଷ ଏସବୁ ରାଶି ପାଇଁ କଷ୍ଟକର ହୋଇପାରେ। ଆସନ୍ତୁ ଜାଣିବା-

କର୍କଟ ରାଶି: କର୍କଟ ରଶିର ଜାତକଧାରୀଙ୍କ ପାଇଁ ଚନ୍ଦ୍ର ଗୋଚର ଅସୁବିଧାରେ ପକାଇପାରେ। ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ ଧ୍ୟାନ ଦେବାକୁ ହେବ। କାରଣ ଏହି ସମୟରେ ଖର୍ଚ୍ଚ ବଢ଼ିପାରେ ଏବଂ ସଞ୍ଚୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ଏମିତିରେ ଅଯଥା ଖର୍ଚ୍ଚ ଯୋଗୁ ପରିସ୍ଥିତି ଚିନ୍ତାଜନକ ହୋଇପାରେ। ସ୍ବାସ୍ଥ୍ୟ ଖରାପ ହୋଇପାରେ। ନୂଆ ବର୍ଷରେ ଆଗପଛର ବିଚାର ନ କରି କାହାକୁ ଉଧାର ଦିଅନ୍ତୁ ନାହିଁ। ଶୀଘ୍ର କୌଣସି ବି ନିର୍ଣ୍ଣୟ ନିଅନ୍ତୁ ନାହିଁ। କର୍ମସ୍ଥଳରେ ଅସୁବିଧା ଉପୁଜିପାରେ।

ତୁଳା ରାଶି: ତୁଳା ରାଶିର ଜାତକଧାରୀଙ୍କୁ ନୂଆ ବର୍ଷରେ ସାବଧାନ ରହିବାକୁ ହେବ। କ୍ୟାରିୟର ଏବଂ ଟଙ୍କା ମାମଲାରେ ସମୟ କଷ୍ଟକର ରହିବ। ଚାକିରି କିମ୍ବା ବ୍ୟବସାୟରେ ଅଡ଼ୁଆ ଆସିପାରେ। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିବାରେ ଅସୁବିଧା ହୋଇପାରେ। ଏହି ସମୟରେ ଧୌର୍ଯ୍ୟ ରଖନ୍ତୁ। ଟଙ୍କା ନେଣଦେଣ ସମୟରେ ସାବଧାନ ରୁହନ୍ତୁ। କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ମକର ରାଶି: ମକର ରାଶିର ଜାତକଧାରୀଙ୍କୁ ୨୦୨୫ରେ ସାବଧାନ ରହିବାକୁ ହେବ। ଗାଡ଼ି ଚଳାଇବା ସହ ସତର୍କ ରହିବେ। ସଡ଼କ ଦୁର୍ଘଟଣାର ଶିକାର ହୋଇପାରନ୍ତି। ସନ୍ତାନ ସହ ସମ୍ପର୍କ ଖରାପ ହେବ। ଅଭାବର ସମ୍ମୁଖୀନ ହୋଇପାରେ। ଘରେ ସୁଖ ଶାନ୍ତି ଭଙ୍ଗ ହୋଇପାରେ। ବ୍ୟବସାୟରେ କ୍ଷତି ହୋଇପାରେ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରି ବଦଳାଇବା ନେଇ ଚିନ୍ତା କରୁଥିଲେ ଏବେ ରହି ଯାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri