ମହାଆଡ଼ମ୍ବରରେ କୁଶୁର୍ଲାରେ ଆରମ୍ଭ ହେଲା ମକର ମେଳା, ମକର ଚାଉଳ ପାଇ…

କର୍ଲାମୁଣ୍ଡା,୧୪।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ଗ୍ରାମ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠରେ କର୍ଲାମୁଣ୍ଡା, ନର୍ଲା, କେସିଙ୍ଗା, ମ.ରାମପୁର ଆଦି ବ୍ଲକ ଅଞ୍ଚଳର ୪୪ ଖଣ୍ଡ ଗ୍ରାମକୁ ନେଇ ଗଠିତ ହୋଇଥିବା ମିଳିତ ମକରମେଳା ସୋମବାର ଠାରୁ ଆରମ୍ଭ ହୋଇଯାଇଛି । ବୁଧବାର ପ୍ରଭୁ ହରଗୌରୀଙ୍କ ନିତ୍ୟ ପୂଜାର୍ଚ୍ଚନା ସହିତ ମକର ସଂକ୍ରାନ୍ତି ହୋମ ସହ ମକରମେଳା ଚାଉଳ ଭୋଗ ଲାଗିଥିଲା । ଉପସ୍ଥିତ ଭକ୍ତମାନେ ଏହି ମକର ଚାଉଳ ପ୍ରସାଦକୁ ପାଇ ଉତ୍ସାହିତ ହୋଇଥିଲେ ।

ଅପରାହ୍ନରେ ହରଗୌରୀଙ୍କୁ ରଥାରୁଢ କରି ନଗର ପରିକ୍ରମା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ମହୋତ୍ସବ କମିଟିର ତତ୍ଵାବଧାନରେ ଆୟୋଜିତ ହୋଇଥିବା ୭୬ ତମ ମକରମେଳା ମହୋତ୍ସବ ପାଇଁ ଭକ୍ତମୟ ହୋଇ ପଡିଛି ଏହି ଶୈବପୀଠ । ଏହା ଆସନ୍ତା ୧୮ ତାରିଖ ଚଣ୍ଡିପୁଜା ସହ ବୋଦାବଳୀ ଦେଇ କାର୍ଯ୍ୟକ୍ରମ ଶେଷ ହେବବୋଲି ଜଣାପଡିଛି ।

କାର୍ଯ୍ୟକ୍ରମରେ କମିଟିର ସଭାପତି ଜଗତରାମ ଭୋଇ, ସଂପାଦକ ସୁଶାନ୍ତ ଜାନୀ ,ଉପ ସଭାପତି ହିରାମଣି ସାହୁ, ଯୁଗ୍ମ ସମ୍ପାଦକ ଦୟା ବାଗ, କୋଷାଧ୍ୟକ୍ଷ ଲଷ୍ମୀ ପ୍ରସାଦ ସାହୁଙ୍କ ସହ ଅନ୍ୟାନ୍ୟ ନେତୃବୃନ୍ଦ ରହିଥିବା ବେଳେ ପୂଜକ ଭାବେ ନେତ୍ରାନନ୍ଦ ବଡମାଳି ରହିଛନ୍ତି । ଏହି ମହୋତ୍ସବ ପାଇଁ ଅଞ୍ଚଳ, ଜିଲା,ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସହସ୍ରାଧିକ ବ୍ୟବସାୟୀମାନେ ଦୋକାନ ଲଗାଇଥିବା ଦେଖାଯାଇଛି । ଏହି ମହୋତ୍ସବରେ ଅଞ୍ଚଳର ଲକ୍ଷାଧିକ ଜନସମାଗମ ହେବାର ଅଶଙ୍କା ରଖାଯାଇଛି । ତେବେ ପ୍ରତ୍ୟେକ ରାତିରେ ସଂସ୍କୃତିକ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜନ କରିଥିବା ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ବନ୍ଦ ହେବ ଅଧିକାରୀଙ୍କ ଦରମା

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ…

ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ…

ଶୁଖିଲା ପଡ଼ିଲାଣି ନଈ, ନାଳ: ଗୃହପାଳିତ ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ କରାଯାଉ

କେସିଙ୍ଗା,୧୮ା୪(ତୁମେଶ୍ୱର ସାହୁ)- ଗ୍ରୀଷ୍ମତାତିକୁ ଦୃଷ୍ଟିରେ ରଖି କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ରରେ ଗୃହପାଳିତ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

୪ ମାସ ତଳେ କରିଥିଲେ ପ୍ରେମ ବିବାହ: ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା, ଏଭଳି ଅଭିଯୋଗ ଆଣି…

ଥୁଆମୂଳ ରାମପୁର, ୧୮ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ କାଦୋବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟା…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri