ଆଦାୟ ଅର୍ଥରେ କୁପାରୀ ମକରମେଳା

ଖଇରା,୧୪।୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀଠାରେ ପ୍ରସିଦ୍ଧ କପିଳମୁନି ମକର ମେଳା ଜାକଜମକରେ ଆରମ୍ଭ ହେବ। ମେଳା ଯଜ୍ଞ ଓ ମହୋତ୍ସବକୁ ଶାନ୍ତିଶୃଙ୍ଖଳାରେ କିପରି ଆୟୋଜନ କରାଯାଇପାରିବ ସେଥିପାଇଁ କମିଟି କର୍ମକର୍ତ୍ତାମାନେ ଦିନରାତି ଏକ କରିଦେଇଛନ୍ତି । ମେଳା ଆରମ୍ଭ ସମ୍ପର୍କରେ କୁହାଯାଏ ସ୍ବାଧୀନତା ପୂର୍ବରୁ କୁପାରୀ ୩ ଶାସକଙ୍କ ଅଧୀନରେ ଥିଲା ।
ଗୋଟିଏ ଅଂଶ ନୀଳଗିରି ଗଡଜାତ ରାଜାଙ୍କ ଅଧୀନରେ ଥିବା ଅନ୍ୟ ଏକ ଅଂଶ ଶାସକ ରତ୍ନାକର ବାବୁଙ୍କ କଚେରୀ ଅଧୀନରେ ଏବଂ ଶେଷ ଭାଗ ଖାସମାହାଲ ଶାସକଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଘଟଣାକ୍ରମେ ୧୯୩୭ ମସିହାରେ ଡାହି ତିଶଳପୁର ଗ୍ରାମର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ବିବାଦୀୟ ମାମଲାରେ ଜଡିତ ହେବା ମୀମାଂସା ପରେ ତାଙ୍କ ନିକଟରୁ ୩ଶହ ଟଙ୍କା ଆଦାୟ କରାଯାଇଥିଲା। ଖାସମାହାଲ ଅଧୀନରେ ଥିବା ଜାଗା(ବର୍ତ୍ତମାନର ମେଳାସ୍ଥାନ)ରେ ମକର ମେଳା ଆରମ୍ଭ ପାଇଁ ତତ୍କାଳୀନ ତହସିଲଦାର ନାରାୟଣ ଲେଙ୍କାଙ୍କ ପ୍ରଚେଷ୍ଟାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ତାଙ୍କୁ ଦିବଙ୍ଗତ ବନମାଳୀ ମହାପାତ୍ର, ସଚ୍ଚିଦାନନ୍ଦ ମହାପାତ୍ର, ହାଡିବନ୍ଧୁ ଜେନା, ଭୋଗିରାମ ମୁଖୀଙ୍କ ସମେତ ଆହୁରି ଅନେକ ବ୍ୟକ୍ତି ସହଯୋଗ କରିଥିଲେ। ନିଜେ ତହସିଲଦାର ଗଙ୍ଗାସାଗରରୁ ମାଟି ଆଣବା ପରେ ଟିକିରା ପ୍ରତିଷ୍ଠା କରି କପିଳମୁନୀଙ୍କ ମାଟି ମୂର୍ତ୍ତୀ ରଖି ମୀମାଂସ ଏବଂ ବିଭିନ୍ନ ଗ୍ରାମରୁ ସଂଗ୍ରହୀତ ଅର୍ଥରେ ପୂଜା ହୋଇଥିଲା । ପ୍ରଥମେ ଏହା ଗଡପୋଖରୀ ପଞ୍ଚାୟତ ଅଧୀନରେ ଥିବା ବେଳେ ପରବର୍ତ୍ତୀ ସମୟରେ କୁପାରୀ ପାଠାଗାର ଅଧୀନକୁ ଆସିଥିଲା ।
ତା’ପରେ ଗ୍ରାମ କମିଟିକୁ ହସ୍ତାନ୍ତର କରାଯାଇଥିଲା । ଏବେ ମେଳାର କଳେବର ଯଥେଷ୍ଟ ବଢିଯାଇଥିବା ବେଳେ ବିଗତ ଦିନରେ ସ୍ବର୍ଗତ ଗଜେନ୍ଦ୍ର ରାଉତ, ପରେ ଗଜେନ୍ଦ୍ର ଦାସ ଏବଂ ବର୍ତ୍ତମାନ ଅମ୍ବିକାର ଆଶ୍ରମର ମହନ୍ତ ଶୁଭେନ୍ଦୁ ମୁନୀ ଓ ଯୁବନେତା ଜୟନ୍ତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୯ବର୍ଷ ଧରି ମେଳା ହୋଇଆସୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri