ପୋଲିସରେ ବଡ଼ ଧରଣର ବଦଳି: ୨୬ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ

ବରଗଡ ଅଫିସ,୧୧।୫- ବରଗଡ ଜିଲା ପୋଲିସରେ ବଡ଼ ଧରଣର ବଦଳି ହୋଇଛି। ଜିଲାରେ କାର୍ଯ୍ୟରତ ୨୬ଜଣ ପୋଲିସ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ ହୋଇଛି। ସେମାନଙ୍କ ମଧ୍ୟରେ ୭ଜଣ ଇନ୍ସପେକ୍ଟର, ୧୧ଜଣ ସବ ଇନ୍ସପେକ୍ଟର ଏବଂ ୮ଜଣ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ଅଛନ୍ତି। ଭେଡେନ ଥାନା ଅଧିକାରୀଙ୍କୁ ବୁଡେନ, ବରଗଡ ଡିସିଆରବିର ସଙ୍ଗୀତା ମହାପାତ୍ରଙ୍କୁ ଭେଡେନ, ବିଜେପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲଙ୍କୁ ପଦ୍ମପୁର, ବରଗଡ ଟାଉନ ଥାନାର ଇନ୍ସପେକ୍ଟର ସୁଷମା କୁଅଁରଙ୍କୁ ଗାଇସିଲେଟ, ବୁଡେନ ଥାନା ଅଧିକାରୀ ବୀରବର ଭଗତଙ୍କୁ ଜଗଦଲପୁର, ଗାଇସିଲେଟ ଥାନା ଅଧିକାରୀ ହରିବନ୍ଧୁ ଗଡତିଆଙ୍କୁ ସୋହେଲା, ପୋଲିସ ମୁଖ୍ୟାଳୟର ଅନିଲ କୁମାର ପ୍ରଧାନଙ୍କୁ ଝାରବନ୍ଧ ଥାନା ଅଧିକାରୀଭାବେ ବଦଳି ହୋଇଛି। ସେହିପରି ସବ ଇନ୍ସପେକ୍ଟର କ୍ଷେତ୍ରରେ ପୋଲିସ ମୁଖ୍ୟାଳୟର ଦିଲ୍ଲିପ କୁମାର ବେହେରାଙ୍କୁ ଅତାବିରା, ବରଗ ଟାଉନ ଥାନାର ସନୟ କୁମାର ନାଏକଙ୍କୁ ବିଜେପୁର, ପୋଲିସ ମୁଖ୍ୟାଳୟର ମଙ୍ଗଳ କିସ୍କୁଙ୍କୁ ବରଗ ଟାଉନ ଥାନା, ଭେଡେନ ଥାନାର ମନୋଜ ପ୍ରଧାନଙ୍କୁ ଗାଇସିଲେଟ, ପଦ୍ମପୁର ଥାନାର ପ୍ରକାଶ ପାତ୍ରଙ୍କୁ ସଦର କୋର୍ଟ, ଗୋଡଭଗା ଫାଣ୍ଡିର ବାଲୁଙ୍କେଶର ନାଏକଙ୍କୁ ଅତାବିରା, ବରଗଡ ଟାଉନ ଥାନାର ଅରୁପ କୁମାର ବାରିକଙ୍କୁ ରୁଷୁଡା ଫାଣ୍ଡି, ପାଇକମାଲ ଥାନାର ବିପିନ ବାଗଙ୍କୁ ଗୋଡଭଗା, ବିଜେପୁର ଥାନାର ସୁନିଲ କୁମାର ଦୋରାଙ୍କୁ ପାଇକମାଲ, ମେଲଛାମୁଣ୍ଡା ଥାନାର ପ୍ରମୋଦ ସାହୁଙ୍କୁ ବିଜେପୁର, ଅତାବିରା ଥାନାର କାମାକ୍ଷା କମଳେଶ୍ବର ହେମ୍ବ୍ରମଙ୍କୁ ମେଲଛାମୁଣ୍ଡା, ବରଗଡ ଟାଉନ ଥାନାର ଘାସିରାମ କେର୍କେଟାଙ୍କୁ ଭଟଲି, ଭଟଲି ଥାନାର ପ୍ରେମରାଜ ସାହୁଙ୍କୁ ବରଗଡ ଟାଉନ ଥାନା, ଅତାବିରା ଥାନାର ରାମଚନ୍ଦ୍ର ଦାଶଙ୍କୁ ଭେଡେନ, ବିଜେପୁର ଥାନାର ନିରଞ୍ଜନ ପ୍ରଧାନଙ୍କୁ ବରପାଲି, ବରପାଲି ଥାନାର ତାରାବତୀ କିଶାନଙ୍କୁ ବିଜେପୁର, ବରଗଡ ଏସଡିପିଓ ଅଫିସର ସନ୍ତୋଷ କୁମାର ସାହୁଙ୍କୁ ପଦ୍ମପୁର, ସଦର କୋର୍ଟର ଦୁର୍ଯ୍ୟୋଧନ ପଟେଲଙ୍କୁ ବରଗଡ ଏସଡିପିଓ ଅଫିସ ଏବଂ ରୁଷୁଡା ଫାଣ୍ଡିର ଗଣେଶ ପ୍ରସାଦ କଲେତଙ୍କୁ ଭେଡେନ ଥାନାକୁ ବଦଳି ହୋଇଛି।