ମେକ୍ସିକୋରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରରେ ଧକ୍କା ହେବା ପରେ ନିକଟରେ ଥିବା କିଛି ଘରେ ଲାଗିଲା ନିଆଁ

ମେକ୍ସିକୋ ସିଟି,୨୧ ।୧୦: ନର୍ଥ ଆମେରିକାର ମେସ୍କିକୋରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରେନ୍ ତେଲ ଟ୍ୟାଙ୍କର ସହ ଧକ୍କା ହେବା ଫଳରେ ଏଥିରେ ନିଆଁ ଲାଗିଯାଇଛି । ଚାହୁଁ ଚାହୁଁ ଟ୍ରେନରେ ନିଆଁ ଲାଗିଯିବା ସହ ଆଖପାଖ ଅଞ୍ଚଳର ଲୋକେ ଭୟଭିତ ହୋଇ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ ଟ୍ରେନ୍ ଲାଇନ ନିକଟରେ ଥିବା ଘରେ ବି ନିଆଁ ଲାଗିଯାଇଥିଲା । ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲା ।

Share