ବ୍ଲକ ପ୍ରଶାସନର ବଡ଼ ପଦକ୍ଷେପ: ନୂଆ ଦିବ୍ୟାଙ୍ଗ ହେବେ ଚିହ୍ନଟ, ପୁରୁଣାଙ୍କର ହେବ ଅନ୍‌ଲାଇନ୍‌ ପଞ୍ଜୀକରଣ

ଦାରିଙ୍ଗବାଡ଼ି,୪ା୧୦(ଅରୁଣ ସାହୁ): କେହି ନିଜକୁ ହୀନ ମନେ କରିବେ ନାହିଁ। ଜଣେ ସୁସ୍ଥ ମଣିଷ ଯେମିତି ସମସ୍ତ ସୁବିଧା ପାଉଛନ୍ତି, ସେହିପରି ଜଣେ ଦିବ୍ୟାଙ୍ଗ ମଧ୍ୟ ସରକାରଙ୍କ ସମସ୍ତ ଯୋଜନାର ଫାଇଦା ନେଇପାରିବେ। ଦିବ୍ୟାଙ୍ଗମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଆଦିକୁ ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତିବର୍ଷ ଜିଲା ପ୍ରଶାସନର ସହଯୋଗରେ ବ୍ଲକ ପ୍ରଶାସନ ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ ର ଆୟୋଜନ କରି ଦିବ୍ୟାଙ୍ଗମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଚି଼ହ୍ନଟ କରାଯାଉଛି ଯେଉଁମାନଙ୍କ ଶିବିରରେ ଚି଼ହ୍ନଟ ହୋଇ ଅଧିକ ଚିକିତ୍ସା ଆବଶ୍ୟକ ପଡ଼େ ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ନେବା ବ୍ୟବସ୍ଥା ସହ ଚି଼ହ୍ନଟ ହୋଇଥିବା ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ଶକ୍ତି ବାଧିତ, ଅସ୍ଥିଶଲ୍ୟ ସମସ୍ୟା ଆଦିକୁ ଚିହ୍ନଟ କରାଯାଇ ତାଙ୍କୁ ଆବଶ୍ୟକ ସାମଗ୍ରୀ ତଥା କର୍ଣ୍ଣ ଯନ୍ତ୍ର, ଚଷମା, ଟ୍ରାଇ ସାଇକେଲ ଆଦି ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯାଉଛି। ଚଳିତ ବର୍ଷ ଆସନ୍ତା ବୁଧବାର ବ୍ଲକ ପ୍ରଶାସନ ପକ୍ଷରୁ ଏହି ଶିବିର ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।

ସେ କହିଛନ୍ତି, ଯେଉଁ ଦିବ୍ୟାଙ୍ଗମାନେ ଗତ ୨୦୧୮ ମସିହା ପୂର୍ବରୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଛନ୍ତି ସେହି ଉପଭୋକ୍ତାମାନେ ପୁଣି ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରାଇବେ ଓ ନୂତନ ଭାବେ ମଧ୍ୟ ଦିବ୍ୟାଙ୍ଗମାନେ ଅନ୍‌ଲାଇନ୍‌ରେ ଆବେଦନ କରି ଉକ୍ତ ଫର୍ମକୁ ଶିବିରକୁ ନେଇ ଆସିବାକୁ ଲୋକଙ୍କୁ ସଚେତନ କରାଯାଉଥିବା ବିଡିଓ ରଥ କହିଛନ୍ତି। ଶିବିରରେ ବିଶେଷଜ୍ଞ ଡାକ୍ତରୀ ଦଳ ଓ ବିଭିନ୍ନ ବିଭାଗର ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ଦିବ୍ୟାଙ୍ଗମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଯେଉଁମାନେ ସରକାରଙ୍କ ଏହି ପ୍ରମାଣପତ୍ର ପାଇଥିବେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri