ବ୍ଲକ ପ୍ରଶାସନର ବଡ଼ ପଦକ୍ଷେପ: ନୂଆ ଦିବ୍ୟାଙ୍ଗ ହେବେ ଚିହ୍ନଟ, ପୁରୁଣାଙ୍କର ହେବ ଅନ୍‌ଲାଇନ୍‌ ପଞ୍ଜୀକରଣ

ଦାରିଙ୍ଗବାଡ଼ି,୪ା୧୦(ଅରୁଣ ସାହୁ): କେହି ନିଜକୁ ହୀନ ମନେ କରିବେ ନାହିଁ। ଜଣେ ସୁସ୍ଥ ମଣିଷ ଯେମିତି ସମସ୍ତ ସୁବିଧା ପାଉଛନ୍ତି, ସେହିପରି ଜଣେ ଦିବ୍ୟାଙ୍ଗ ମଧ୍ୟ ସରକାରଙ୍କ ସମସ୍ତ ଯୋଜନାର ଫାଇଦା ନେଇପାରିବେ। ଦିବ୍ୟାଙ୍ଗମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଆଦିକୁ ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତିବର୍ଷ ଜିଲା ପ୍ରଶାସନର ସହଯୋଗରେ ବ୍ଲକ ପ୍ରଶାସନ ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ ର ଆୟୋଜନ କରି ଦିବ୍ୟାଙ୍ଗମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଚି଼ହ୍ନଟ କରାଯାଉଛି ଯେଉଁମାନଙ୍କ ଶିବିରରେ ଚି଼ହ୍ନଟ ହୋଇ ଅଧିକ ଚିକିତ୍ସା ଆବଶ୍ୟକ ପଡ଼େ ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ନେବା ବ୍ୟବସ୍ଥା ସହ ଚି଼ହ୍ନଟ ହୋଇଥିବା ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ଶକ୍ତି ବାଧିତ, ଅସ୍ଥିଶଲ୍ୟ ସମସ୍ୟା ଆଦିକୁ ଚିହ୍ନଟ କରାଯାଇ ତାଙ୍କୁ ଆବଶ୍ୟକ ସାମଗ୍ରୀ ତଥା କର୍ଣ୍ଣ ଯନ୍ତ୍ର, ଚଷମା, ଟ୍ରାଇ ସାଇକେଲ ଆଦି ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯାଉଛି। ଚଳିତ ବର୍ଷ ଆସନ୍ତା ବୁଧବାର ବ୍ଲକ ପ୍ରଶାସନ ପକ୍ଷରୁ ଏହି ଶିବିର ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।

ସେ କହିଛନ୍ତି, ଯେଉଁ ଦିବ୍ୟାଙ୍ଗମାନେ ଗତ ୨୦୧୮ ମସିହା ପୂର୍ବରୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଛନ୍ତି ସେହି ଉପଭୋକ୍ତାମାନେ ପୁଣି ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରାଇବେ ଓ ନୂତନ ଭାବେ ମଧ୍ୟ ଦିବ୍ୟାଙ୍ଗମାନେ ଅନ୍‌ଲାଇନ୍‌ରେ ଆବେଦନ କରି ଉକ୍ତ ଫର୍ମକୁ ଶିବିରକୁ ନେଇ ଆସିବାକୁ ଲୋକଙ୍କୁ ସଚେତନ କରାଯାଉଥିବା ବିଡିଓ ରଥ କହିଛନ୍ତି। ଶିବିରରେ ବିଶେଷଜ୍ଞ ଡାକ୍ତରୀ ଦଳ ଓ ବିଭିନ୍ନ ବିଭାଗର ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ଦିବ୍ୟାଙ୍ଗମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଯେଉଁମାନେ ସରକାରଙ୍କ ଏହି ପ୍ରମାଣପତ୍ର ପାଇଥିବେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଲୋକ ଅଦାଲତ: ୨୪୬ ମାମଲା ଫଇସଲା ସହ ଏତିକି ଟଙ୍କା ଜରିମାନା ଆଦାୟ

ଭଞ୍ଜନଗର,୧୪ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ ସେବା କମିଟି ଭଞ୍ଜନଗରଙ୍କ ପକ୍ଷରୁ ୨୦୨୬ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ…

ଶ୍ରୀଲଙ୍କା ଛାଡିଲା ୮୪ ଇରାନୀ ନାବିକଙ୍କ ମୃତଦେହ ନେଇ ଯାଉଥିବା ତୁର୍କୀ ବିମାନ, ପ୍ରତିଶୋଧର ଶପଥ ନେଲା…

କଲମ୍ବୋ,୧୪।୩: ଭାରତ ମହାସାଗରରେ ଆମେରିକୀୟ ଆକ୍ରମଣର ଶିକାର ହୋଇଥିବା ଇରାନୀ ଯୁଦ୍ଧଜାହାଜ IRIS ଡେନା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଏହି ଆକ୍ରମଣରେ…

ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍‌ ଅଛି ଏତିକି, ଲିଟରେ କିଣିଲେ…

ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ…

ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟଙ୍କ ଭିତରେ ବିରାଟ ଫାଟ, ବୈଠକ ଆରମ୍ଭରୁ ସାମ୍ନାକୁ ଆସିଲା…

ଧର୍ମଶାଳା,୧୪ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ ଗୋକର୍ଣ୍ଣେଶ୍ୱର ପୀଠରେ ଅନୁଷ୍ଠିତ ହେଉଥିବା ବେଳେ ସଂଗଠନ ମଧ୍ୟରେ ବିରାଟ…

ନବୀନଙ୍କ ପୋଲ୍‌ ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଅତୀତରେ ମୋତେ ଅଫର ଦେଇଥିବା କହି…

ଭୁବନେଶ୍ୱର,୧୪ା୩: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଲ୍‌ ଖୋଲି ଦେଇଛନ୍ତି ଏମ୍‌ପି ପ୍ରତାପ ଷଡ଼ଙ୍ଗୀ(ନନା)। ସେ କହିଛନ୍ତି, ନବୀନ ଘୋଡ଼ା ବେପାରରେ ମାହିର। ଅତୀତରେ ମୋତେ…

LPG ସଙ୍କଟ ମଧ୍ୟରେ ଚାକିରି ହରାଇଲେଣି ବହୁ ଡେଲିଭରି ବୟ! ଅନେକ ପରିବାର ଉପବାସରେ, ସରକାରଙ୍କୁ ଗୁହାରି କଲେ…

ନୂଆଦିଲ୍ଲୀ,୧୪।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଯୋଗୁ ବିଶ୍ୱବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ସିଧାସଳଖ ଭାରତର ଖାଦ୍ୟ ଯୋଗାଣ ଏବଂ ଗିଗ କର୍ମଚାରୀମାନଙ୍କୁ ପ୍ରଭାବିତ କରିଛି। ପୁଣେରୁ…

ଗୋଟିଏ ଦିନରେ ବାରୁଣୀ ସ୍ନାନ ସହ ତାରାତାରିଣୀଙ୍କ ଚୈତ୍ର ଯାତ୍ରା, ମିଳିତ ଭାବରେ କାର୍ଯ୍ୟ କରିବା ନେଇ…

ପୁରୁଷୋତ୍ତମପୁର,୧୪ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ଗୋଟିଏ ଦିନରେ ବାରୁଣୀସ୍ନାନ ଓ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ରହିଥିବା ନେଇ କିଭଳି ଏହାର ମୁକାବିଲା…

ବିଜେଡି ସହ ବୁଝାମଣାକୁ ନେଇ ଏମିତି କହିଲେ ସୋଫିଆ, କଂଗ୍ରେସର ସ୍ଥିତି ଆଜି କେବଳ…

ଭୁବନେଶ୍ୱର,୧୪ା୩: ବିଧାୟିକା ସୋଫିଆ ଫିର୍ଦ୍ଦୋସ ଖୋଲାଖୋଲି ଭାବେ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି ସହ ବୁଝାମଣାକୁ ନେଇ ଉଠୁଥିବା କଥା ଉପରେ ସେ ଖୁବ୍‌ ରାଗିଯାଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri