Categories: ଜାତୀୟ

ରାସ୍ତାକଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ: ୮ ଜୀବନ ଗଲା

ଗାନ୍ଧୀନଗର,୯।୮:ଗୁଜରାଟର ଆମରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଟ୍ରକ ମାଡିଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହାତଙ୍କ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ଭୋର ୩ଟାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଆମରେଲି ପୋଲିସ ଅଧୀଧ୍ୟକ ନିର୍ଲିପ୍ତ ରାୟ କହିଛନ୍ତି ଯେ, ଡ୍ରାଇଭର୍‌ଙ୍କୁ ହଠାତ୍‌ ନିଦ ଆସିଯାଇଥିବାରୁ ସେ ନିୟନ୍ତ୍ରଣ ହରାଇ ଦେଇଥିଲେ। ରାସ୍ତାକଡରେ ୧୦ ଲୋକ ଶୋଇଥିବାବେଳେ ଟ୍ରକଟି ମାଡିଯାଇଥିଲା। ମୃତକ ୮ ଜଣଙ୍କ ମଧ୍ୟ ୧୩ ବର୍ଷର ୨ ପିଲା ମଧ୍ୟ ସାମିଲ ଅଛନ୍ତି। ପୋଲିସ ଏବେ ଡ୍ରାଇଭରଙ୍କୁ ଗିରଫ କରିଥିବାବେଳେ ଟ୍ରକ୍‌କୁ ଜବତ କରିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଶୋକ ପ୍ରକାଶ କରିବା ସହ ଘଟଣାର ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share