Categories: ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୨ ମୃତ ଅନେକ ଆହତ

ବାରାବାଙ୍କି,୭ ।୧୦: ବାରାବାଙ୍କି ଥାନା ଅଞ୍ଚଳର କିଷାନ ପଥରେ ବାବୁରିୟା ଗାଁ ନିକଟରେ ଗୁରୁବାର ସକାଳ ପ୍ରାୟ ୪ଟା ୪୫ରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଓ ବସ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ଘଟଣାସ୍ଥଳରୁ ଚିତ୍କାର ଶବ୍ଦ ଶୁଣି ଆଖପାଖର ଲୋକେ ସେଠାରେ ପ୍ରଥମେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତାହତଙ୍କୁ ଉଦ୍ଧାର କରିଥିଲା । ବସରେ ଯାତ୍ରୀ ଅଧିକ ଥିବାରୁ ଅନେକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

Share