ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ପୋଖରୀକୁ ଖସି ପଡିଛି। ଏହି ଦୁର୍ଘଟଣାରେ କାର୍‌ ଭିତରେ ଥିବା ୭ଜଣଙ୍କ ମଧ୍ୟରୁ ୫ ଜଣଙ୍କର ପାଣିରେ ଶାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ଆଉ ୨ ଜଣ ବଞ୍ଚିଯାଇଛନ୍ତି । ମୃତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି । ମୋଟଙ୍ଗା ଥାନା ବାଙ୍ଗୁରସିଂ ଗ୍ରାମରୁ ଏକ ବାହାଘର ଇନ୍ଦୁପୁର ଆସିଥିଲା । ସେଠାରୁ ବାହାଘର ସାରି ଛାଟିଆ ଦେଇ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Odisha’s No.1 Odia Daily

Share