ମରାମତି ବେଳେ ବଡ଼ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହେଲେ ଠିକା କର୍ମଚାରୀ

ଗଜପତି,୨୬।୫(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି କେଉଟ ସାହିରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀ ଆହାତ ହୋଇଛନ୍ତି। ଗୁରୁତର ବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୋଲ ଉପରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଅଚେତ ହୋଇ ପଡ଼ିଥିଲେ। ଅଚେତ ଅବସ୍ଥାରେ ଚାଲିଛି ଚିକିତ୍ସା। ଆହାତ ଯୁବକ ହେଉଛନ୍ତି ମୟୁରଭଞ୍ଜ ଜିଲାର ଯଶିପୁର ଅଞ୍ଚଳର ଅଜୁ ନାୟକ ବୋଲି ଜଣାପଡିଛି।ସେ ଜଣେ ବିଦ୍ୟୁତ ଠିକା କମ୍ପାନୀ ଅଖଣ୍ଡଳମଣିର କର୍ମଚାରୀ ଥିଲେ। ହେଲେ ଗତକାଲି ରାତିରେ ପାରଳାଖେମୁଣ୍ଡି କେଉଟ ସାହିରେ ଅତ୍ୟଧିକ ବିଦ୍ୟୁତ ଲୋଡ ଲାଗି ତାର ଜଳି ବାଣ ଫୁଟିଲା ଭଳି ରାସ୍ତା ଉପରେ ବିଦ୍ୟୁତ ତାର ପଡି ରହିଥିଲା। ଯାହାର ମରାମତି ପାଇଁ ଆଜି ସକାଳୁ ଅଜୁ ପୋଲ ଉପରେ ଚଡି ତାର ସଂଯୋଗ କରିବା ସମୟରେ ଇନଭୋଟର ଲାଇନ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି।

 

Odisha’s No.1 Odia Daily

Share
Tags: odisha