ପହଣ୍ଡିବେଳେ ବଡ଼ ଅଘଟଣ: ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ…

ଭୁବନେଶ୍ୱର,୧୦।୭: ଗତକାଲି ଆଡପ ପହଣ୍ଡି ସମୟରେ ବଡଠାକୁର ଖସି ପଡ଼ିବା ଘଟଣାକୁ ନେଇ ରାଜ୍ୟ ଉଠୁଛି ପଡୁଛି। ଘଟଣାକୁ ନେଇ ଭକ୍ତଙ୍କ ମହଳରେ ଅସନ୍ତୋଷ ଦେଖା ଦେଇଥିବାବେଳେ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରାଯାଇଛି। ତେବେ ଏହାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ବୟାନ ଦେଇଛନ୍ତି।

ଆଇନ ମନ୍ତ୍ରୀ କହିଛନ୍ତି, ‘ ଏହା ଏକ ସାମାନ୍ୟ ଦୁର୍ଘଟଣା ଥିଲା । ଯେଉଁଭଳିି ଭାବେ ଠାକୁର ଆଗକୁ ଝୁଙ୍କିପଡିଲେ ଏଥିରେ ଠାକୁରଙ୍କର କିଛି କ୍ଷତି ହୋଇନାହିଁ କିନ୍ତୁ ଏଥିରେ ଯେଉଁ ସେବାୟତ ଆହତ ହୋଇଥିଲେ, ସେମାନେ ସୁସ୍ଥ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏବେ କିଛି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଉ କିଛି ସେବାୟତ ଏବେ ସେବାରେ ଯୋଗ ଦେଲେଣି । ଏହାକୁ ପ୍ରଭୁଙ୍କର ଏକ ଲୀଳା ବୋଲି କୁହାଯିବ । ଏହାକୁ ନେଇ ଅଧିକ ବଢାଇ ଆଲୋଚନା କରାଯିବା ଉଚିତ ନୁହେଁ’ ।

ସେହିପରି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତକାଲି ଅଘଟଣ ନେଇ ଜାଣିବା ପରେ ପୁରୀକୁ ଯାଇଥିଲୁ । ଆହତ ସେବାୟତଙ୍କୁ ତୁରନ୍ତ ଭେଟିଥିଲୁ । ସମସ୍ତେ ପ୍ରାଥମିକ ଚିକିତ୍ସା ପରେ ଫେରିଥିଲେ । ଏହା ଲୀଳାମୟଙ୍କ ଲୀଳା ହୋଇଥାଇପାରେ । ପ୍ରଭୁ ଚାରମାଳରୁ ଖସିପଡିଲେ, କିନ୍ତୁ କାହାର ସେମିତି ବିଶେଷ କିଛି କ୍ଷତି ହୋଇନାହିଁ । ପୁଣିଥରେ ସ୍ବାଭାବିକ ଭାବେ ନୀତିକାନ୍ତି ଚାଲିଲା । ଆମ ଠାକୁରଙ୍କ ଲୀଳା ଅପାର । ପୁରୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛୁ । ପ୍ରଭୁଙ୍କ ଆଶୀର୍ବାଦ କାରଣରୁ କାହାର କିଛି ହୋଇନାହିଁ । ପୁଣିଥରେ ସମସ୍ତେ ମିଶି ଠାକୁରଙ୍କ ନୀତିକାନ୍ତିରେ ଲାଗିଥିଲେ ବୋଲି କହିଛନ୍ତି ପ୍ରଭାତୀ ପରିଡା।

ଓଡ଼ିଆ ଅସ୍ମିତା ତଥା ବିଶେଷ କରି ଜଗନ୍ନାଥଙ୍କୁ ପ୍ରସଙ୍ଗ କରି ସରକାରକୁ ଆସିଥିବା ଭାଜପା ଏପର୍ଯ୍ୟନ୍ତ ଏପରି ବଡ଼ ବିଭ୍ରାଯକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଆଉ ରାଜ୍ୟର ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଏହାକୁ ସାମାନ୍ୟ ଘଟଣାକୁ କହି ଗଣମାଧ୍ୟମରେ ଏଡାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri