ଭୁବନେଶ୍ୱର,୧୬।୧୦: ଦଶହରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ପାଇଁ ୬ ମାସର ସମ୍ମାନ ରାଶି ମଞ୍ଜୁର କରିଛନ୍ତି।
ସରପଞ୍ଚଙ୍କୁ ୧୦ ହଜାର ଏବଂ ନାଏବ ସରପଞ୍ଚଙ୍କୁ ୪ ହଜାର ଟଙ୍କା ସମ୍ମାନ ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପିଛିଲା ଭାବେ ଏପ୍ରିଲ ପହିଲାରୁ ୬ ମାସର ମିଳିବ ଏହି ସମ୍ମାନ ରାଶି। ଏନେଇ ମୋଟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ମଞ୍ଜୁର ହୋଇଛି।