BCCIର ବଡ଼ ନିଷ୍ପତ୍ତି! ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ଆକାଶ ଦୀପ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଲେ

ନୂଆଦିଲ୍ଲୀ,୨୯।୧୧: ଆକାଶ ଦୀପ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। ମ୍ୟାଚର ତୃତୀୟ ଦିନରେ ଏକ ବଲ ତାଙ୍କ ହେଲମେଟରେ ବାଜିଥିଲା; ତଥାପି ସେ ବ୍ୟାଟିଂ ଜାରି ରଖିଥିଲେ ଏବଂ ୨୯ ରନ ସଂଗ୍ରହ କରି ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ବିସିସିଆଇ (BCCI) ବର୍ତ୍ତମାନ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି ଯେ ଆକାଶ ଦୀପ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି ଏବଂ ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା ଦଳରେ ସାମିଲ ହେବେ।
କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ତୃତୀୟ ଦିନରେ, ଆକାଶ ଦୀପ ୯ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ଭାରତୀୟ ଦଳର ଇନିଂସର ୫୩ତମ ଓଭରରେ, କାଇଲ ଜାମିସନ ବୋଲିଂ କରୁଥିବା ବେଳେ ତାଙ୍କର ଦୁଇଟି ଜୋରଦାର ବାଉନ୍ସର ଆକାଶ ଦୀପଙ୍କ ହେଲମେଟରେ ବାଜିଥିଲା। ଫିଜିଓଙ୍କ ଦ୍ୱାରା ଯାଞ୍ଚ କରାଯିବା ପରେ ମଧ୍ୟ, ଆକାଶ ଦୀପ ବ୍ୟାଟିଂ ଜାରି ରଖିଥିଲେ। ବର୍ତ୍ତମାନ ବିସିସିଆଇର ମେଡିକାଲ ଟିମ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।
ଏହି ଘଟଣାଟି ଭାରତର ଇନିଂସର ୫୩ତମ ଓଭରରେ ଘଟିଥିଲା, ଯେତେବେଳେ କାଇଲ ଜେମିସନ ବୋଲିଂ କରୁଥିଲେ। ଓଭରର ପ୍ରଥମ ବଲଟି ‘ଶର୍ଟ-ପିଚ’ (ଟିକିଏ ଛୋଟ) ଥିଲା; ଆକାଶ ଦୀପ ଏଥିରେ ଏକ ‘ପୁଲ ଶଟ’ ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ବ୍ୟାଟ ବହୁତ ବିଳମ୍ବରେ ଆସିଲା। ବଲଟି ବ୍ୟାଟର କଡ଼ରେ (edge) ବାଜି ସିଧା ଯାଇ ତାଙ୍କ ହେଲମେଟର ଗ୍ରିଲରେ ପିଟି ହେଲା।
ସେହି ଓଭରରେ ପରେ, ଜେମିସନ ଆକାଶ ଦୀପଙ୍କୁ ଏକ କଠିନ ପରୀକ୍ଷାର ସମ୍ମୁଖୀନ କରାଇଲେ। ପଞ୍ଚମ ବଲଟି ପୁଣି ଥରେ ତାଙ୍କ ହେଲମେଟରେ ଜୋରରେ ବାଜିଲାଏଥର ଆଘାତର ତୀବ୍ରତା ଆହୁରି ଅଧିକ ଥିଲା। ତାଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଫିଜିଓ ପଡ଼ିଆକୁ ଆସିଲେ, କିନ୍ତୁ ଯାଞ୍ଚ ପରେ ଭାରତୀୟ ଖେଳାଳି ଜଣକ ବ୍ୟାଟିଂ ଜାରି ରଖିଲେ।

ଆକାଶ ଦୀପଙ୍କ ଅନୁପସ୍ଥିତି ଭାରତୀୟ ଦଳ ପାଇଁ ଏକ ବଡ଼ ଝଟକା ସଦୃଶ। ପ୍ରଥମ ଇନିଂସରେ ସେ ଭାରତର ସର୍ବୋତ୍ତମ ବୋଲର ଥିଲେ ଏବଂ ୩୧.୩ ଓଭର ବୋଲିଂ କରି ୯୯ ରନ ବିନିମୟରେ ୫ଟି ୱିକେଟ ହାସଲ କରିଥିଲେ। ସେହି ଇନିଂସରେ ସେ ଟମ ଲାଥମ, ରଚିନ ରବୀନ୍ଦ୍ର, ନାଥନ ସ୍ମିଥ, କାଇଲ ଜାମିସନ ଏବଂ ମ୍ୟାଟ ହେନରୀଙ୍କୁ ଆଉଟ କରିଥିଲେ।
ଅନ୍ୟପକ୍ଷରେ, ପ୍ରସିଦ୍ଧ କୃଷ୍ଣାଙ୍କୁ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନାହିଁଯଦିଓ ପ୍ରଥମ ଟେଷ୍ଟରେ ସେ ଲାଇନ ଏବଂ ଲେନ୍ଥ ଦୃଷ୍ଟିରୁ ଭାରତର ସବୁଠାରୁ ପ୍ରଭାବଶାଳୀ ବୋଲର ସାବ୍ୟସ୍ତ ହୋଇଥିଲେ ଏବଂ ସେଠାରେ ମୋଟ ୩ଟି ୱିକେଟ ନେଇଥିଲେ।

Dharitri – Odisha’s No.1 Odia Daily

Share