ମନରେଗା ଯୋଜନାରେ ବଡ଼ ଦୁର୍ନୀତି: ସରପଞ୍ଚଙ୍କୁ ତାଲା ପକାଇଲେ ଶତାଧିକ ମହିଳା

ତୁମୁଡିବନ୍ଧ,୧୮।୮(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଲାମାଳ ପଞ୍ଚାୟତର ମନରେଗାର ମୋ ଉପକାରୀ ବଗିଚାର ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି ଶତାଧିକ ମହିଳା ତୁମୁଡି଼ବନ୍ଧ ବ୍ଲକ କାର୍ଯ୍ୟାଳୟକୁ ଆସି ବ୍ଲକ ଘେରାଉ କରିବା ସହ ବିଲାମାଳ ସରପଞ୍ଚଙ୍କୁ ବ୍ଳକ କାର୍ଯାଳୟ ଅଫିସ ଭିତରେ ତାଲା ପକାଇଥିବା ଦେଖିବାକୁ ମିଳିଛି। ଯାହାଫଳରେ ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ୍‌ ହୋଇ ଯାଇଛି।
ସୂଚନା ଅନୁସାରେ, ୨୨/୨୩ ଆର୍ଥିକ ବର୍ଷରେ ପଞ୍ଚାୟତକୁ ଏମଜିଏନଆରଇଜିଏସରେ ବିଲାମାଳ, ଧୂଡସି, ଖଡ଼ପଙ୍କା ଜିପିଏଲଏଫ ମହିଳା ସ୍ବୟଂ ସହାୟକା ଗୋଷ୍ଠୀକୁ ୧୮୦ଟି ମୋ ଉପକାରୀ ବଗିଚାର ପ୍ରକଳ୍ପ ମଞ୍ଜୁର ହୋଇଛି। ଉକ୍ତ ପ୍ରକଳ୍ପଗୁଡ଼ିକ ବାବଦରେ କୌଣସି ସୂଚନା ମହିଳା ସ୍ବୟଂ ସହାୟକା ଗୋଷ୍ଠୀଙ୍କୁ ଜଣା ନ ଯାଇ ତାହା ପଞ୍ଚାୟତ ନିର୍ବାହୀ ଅଧିକାରୀ ଉକ୍ତ ପ୍ରକଳ୍ପ ଗୁଡ଼ିକର ପ୍ରାୟ ୩୦ ଲକ୍ଷ ଅର୍ଥ ଉଠାଇ ହଡ଼ପ ହୋଇଥିବା ସୂଚନା ପାଇଥିଲେ।

ଏହା ପରେ ମହିଳା ସ୍ବୟଂ ସହାୟିକାମାନେ ମୋ ଉପକାରୀ ବଗିଚା କରା ନ ଯାଇ କାହିଁକି ଅର୍ଥ ଆତ୍ମସାତ କରାଗଲା ବୋଲି ବିକ୍ଷୋଭ କରିବା ସହିତ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ସରପଞ୍ଚଙ୍କୁ ବ୍ଳକ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଥିଲେ ଶତାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଏହି ବାବଦରେ ପଂଚାୟତ ଫେଡରେଶନର ସଭାପତି ଦେବକୀ ବିଜୁଳି ସେଠ କହିଛନ୍ତି, ମହିଳାମାନଙ୍କୁ ସ୍ବାବଲମ୍ବୀ କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାପାଇଁ ସରକାର ଏହି ଯୋଜନା କରିଥିବାବେଳେ ତାହା ହଡ଼ପ କରିବା ପାଇଁ ଦେବୁ ନାହିଁ ବୋଲି କହିବା ସହିତ ଏହି ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬ ଅଧିନାୟକ ତାଲିକା: ୨୪ ବର୍ଷୀୟ ଖେଳାଳିଙ୍କୁ ଅଧିନାୟକତ୍ୱ ଦେଲା ଏହି ଦଳ

ନୂଆଦିଲ୍ଲୀ,୧୬।୩: IPL ୨୦୨୬ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିଜିନ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ମ୍ୟାଚ ସହିତ…

ଯେତେ ଲଢିବା କଥା ଲଢନ୍ତୁ ଇରାନ, ଇସ୍ରାଏଲ, ଆମେରିକା: ଏଥିରୁ ରକ୍ଷା ପାଇବାର ରାସ୍ତା ପାଇଗଲା ଭାରତ

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଦେଶରେ ଗ୍ୟାସ ଅଭାବ ମଧ୍ୟରେ, ନୂଆଦିଲ୍ଲୀ ନିରନ୍ତର ପଦକ୍ଷେପ ନେଉଛି। ଆର୍ଥିକ ସଙ୍କଟର ଆଶଙ୍କା ମଧ୍ୟରେ ନରେନ୍ଦ୍ର ମୋଦି…

ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ, ଯୁଦ୍ଧ ମଝିରେ ଛାଡିଦେଲେ ହାତ, ଏବେ କରିବେ କ’ଣ?

ଓ୍ବାଶିଂଟନ୍‌,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧଜାହାଜ…

ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ, ଯୁଦ୍ଧ ମଝିରେ ଛାଡିଦେଲେ ହାତ, ଏବେ କରିବେ କ’ଣ?

ଓ୍ବାଶିଂଟନ୍‌,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧଜାହାଜ…

କ୍ରସ୍‌ ଭୋଟିଂକୁ ମାନିନେଲେ ସୌଭିକ୍‌, କହିଲେ ବାପାଙ୍କୁ ବହିଷ୍କାର କରିଥିଲେ, ପ୍ରତିଶୋଧ ନେଲି

ଭୁବନେଶ୍ୱର,୧୬ା୩:  ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍‌ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ…

ଭାରତୀୟ ଜାହାଜକୁ ହର୍ମୁଜ ଷ୍ଟ୍ରେଟ ଦେଇ ଆସିବାକୁ କେମିତି ଅନୁମତି ଦେଲା ଇରାନ୍? ଜୟଶଙ୍କର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବଂ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ଇରାନର କଠୋର ଆଭିମୁଖ୍ୟ ମଧ୍ୟରେ, ଏଲପିଜି ବୋଝେଇ ଦୁଇଟି ଭାରତୀୟ ଜାହାଜ ଗୁଜୁରାଟ ଉପକୂଳରୁ ଆସିବାକୁ ଯାଉଛି…

ଆଉ ଅଭାବ ହେବନି ଗ୍ୟାସ! ଗୋଟିଏ ଘଣ୍ଟା ମଧ୍ୟରେ ଏଲପିଜି ନେଇ ଭାରତରେ ପହଞ୍ଚିବ ‘ଶିବାଲିକ’, ଜାଣନ୍ତୁ ଶିବାଲିକ କ’ଣ….

ନୂଆଦିଲ୍ଲୀ,୧୬।୩: ଉପସାଗରୀୟ ଅଞ୍ଚଳରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁ ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ମାର୍ଗଗୁଡ଼ିକ ଚାପରେ ପଡ଼ିଛି। ହର୍ମୁଜ ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri