Posted inଖେଳ

କ୍ରିକେଟ ନିୟମରେ ବଡ଼ ପରିବର୍ତ୍ତନ

ଦୁବାଇ,୫ା୧(ପି.ଟି):ଆଇସିସି ପକ୍ଷରୁ ଏହାର କ୍ରିକେଟ ନିୟମରେ କିଛି ବଡ ପରିବର୍ତ୍ତନ ଅଣାଯାଇଛି। ଏହା ମଧ୍ୟରେ ରେଫରାଲ୍‌ ବା ଡିଆରଏସ୍‌ ସମେତ କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌ ସାମିଲ ରହିଛି। ଏହି ନୂତନ ନିୟମଗୁଡିକ ଜାନୁଆରୀ ୧୨ ତାରିଖରୁ ଲାଗୁ କରାଯିବ। ପୂର୍ବରୁ ଷ୍ଟମ୍ପିଂ ଆବେଦନ ସମୟରେ କଟ୍‌ ବିହାଇଣ୍ଡ ଚେକ୍‌ କରାଯାଉଥିଲା। ତେବେ ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ ଏହାକୁ ପରିବର୍ତ୍ତନ କରାଯାଇଛି। ସମୟ ବଞ୍ଚାଇବା ପାଇଁ ଆଇସିସି ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି। ଯଦି କୌଣସି ଟିମ୍‌ କଟ୍‌ ବିହାଇଣ୍ଡ ଅପିଲ୍‌ କରୁଛନ୍ତି ତେବେ ତାଙ୍କୁ ଏଥିପାଇଁ ଡିଆରଏସ୍‌ର ବ୍ୟବହାର କରିବାକୁ ହେବ। ଭାରତ ବିପକ୍ଷ ସିରିଜ୍‌ରେ ଅଷ୍ଟ୍ରେଲିଆର ଉଇକେଟ କିପର ଆଲେକ୍ସ କେରୀ ଏଭଳି କରୁଥିବାର ଦେଖିବାକୁ ମିଳିଥିଲା। ଡିଆରଏସ୍‌ ନ ହରାଇ ସେ ଷ୍ଟମ୍ପିଂ ଆବେଦନ କରୁଥିବା ବେଳେ ଆପେ ଆପେ କଟ୍‌ ବିହାଇଣ୍ଡ ଚେକ୍‌ ମଧ୍ୟ ହେଉଥିଲା। ଏଥିରେ ଅଯଥା ସମୟ ଅପଚୟ ହେଉଥିବାରୁ ଏହାକୁ ରୋକିବା ପାଇଁ ଆଇସିସି ପକ୍ଷରୁ ନିୟମରେ ପରିବର୍ତ୍ତନ ଅଣାଯାଇଛି। ସେହିପରି କନ୍‌କସନ୍‌ ସବ୍‌ଷ୍ଟିଚ୍ୟୁଟ୍‌ ନିୟମରେ ମଧ୍ୟ ଆଇସିସି ଏକ ପରିବର୍ତ୍ତନ ଆଣିଛି। ଯଦି ଆହତ ହୋଇଥିବା ଖେଳାଳିଙ୍କ ବୋଲିଂ କରିବା ଉପରେ ରୋକ ଲଗାଯାଇଥାଏ ତେବେ ସବ୍‌ଷ୍ଟିଚ୍ୟୁଟ୍‌ ଖେଳାଳି ମଧ୍ୟ ବୋଲିଂ କରିପାରିବେ ନାହିଁ ବୋଲି ନିୟମ ଲାଗୁ କରାଯାଇଛି। ଏହା ସହିତ ପଡିଆରେ ଆଘାତ ଚିକିତ୍ସା ପାଇଁ ୪ ମିନିଟରୁ ଅଧିକ ସମୟ ନେଇ ହେବ ନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଏହା ସହିତ ପୂର୍ବରୁ ବିସିସିଆଇ ପକ୍ଷରୁ ରହିଥିବା ଡେଡ୍‌ ବଲ୍‌ ଓ ଓଭରରେ ଦୁଇଟି ବାଉନ୍ସର ନିୟମ ଲାଗୁ ରହିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri