କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି। ଦଳୀୟ ଅବହେଳା ଓ ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶକୁ ଆଧାର କରି ଶନିବାର କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଶଙ୍ଖ ଛାଡ଼ି ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ ହୋଇଛନ୍ତି।

ଭୁବନେଶ୍ୱରସ୍ଥିତ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକ ସଭା MP ମାଳବିକା ଦେବୀ, ରାଜ୍ୟ ସଭା MP ସୁଜିତ କୁମାର, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ ପୋଢ଼ ଏବଂ ବରିଷ୍ଠ ନେତା ଭବେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସହିତ ଜିଲାର ୯ ଜଣ ଜିଲା ପରିଷଦ ସଦସ୍ୟ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ନର୍ଲା ନିର୍ବାଚନ ମଣ୍ଡଳୀର ୨୪ ଜଣ ସରପଞ୍ଚ, ୩୧ ଜଣ ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ବିଜେଡିର ଜିଲା ଓ ବ୍ଲକ ସ୍ତରରେ ଥିବା ୨୫୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଭାଜପାରେ ସାମିଲ ହୋଇଛନ୍ତି।

ଦଳ ପରିବର୍ତ୍ତନ କରିବା ପରେ ପ୍ରତିକ୍ରିୟା ରଖି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି ଯେ, ଦଳୀୟ ଅବହେଳା ଏବଂ ନର୍ଲା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ତଥା ଅଞ୍ଚଳର ସ୍ୱାର୍ଥ ଦୃଷ୍ଟିରୁ ସେ ବାଧ୍ୟ ହୋଇ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ କରିଛନ୍ତି। ଏହି ବୃହତ ମିଶ୍ରଣ କଳାହାଣ୍ଡି ଜିଲାରେ ବିଜେଡି ସଂଗଠନକୁ ଅତ୍ୟନ୍ତ ଦୁର୍ବଳ କରିଦେଇଥିବା ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

ଭଲ ଡ୍ରାଇଭିଂ ରେକର୍ଡ ଥିଲେ ଚାଳକଙ୍କୁ ମିଳିବ ଏହି ଉପହାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୯।୯: ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri