Categories: Home Leftଖେଳ

ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଲଣ୍ଡନ,୯ା୬: ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଓ ତାଙ୍କ ଟିମ୍‌ମେଟ୍‌ ଗସ୍‌ ଆଟକିନସନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟରୁ ବାଦ୍‌ ପଡ଼ିଛନ୍ତି। ଦଳର ପ୍ରୋଟୋକଲ ଭଙ୍ଗ କରିଥିବାରୁ ଦୁହିଁଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି ଯେ, ରବିବାର ଲର୍ଡସଠାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଏକ ଘଟଣା ସହ ଏହି ଦୁଇଜଣ ସମ୍ପୃକ୍ତ ଥିଲେ। ସୋମବାର ସକାଳେ ବେନ୍‌ ଷ୍ଟୋକ୍ସ ଓ ଗସ୍‌ ଆଟକିନସନ ଏକ ନାଇଟ୍‌ କ୍ଲବରେ ଉପସ୍ଥିତ ଥିବାବେଳେ ଘଟଣାଟି ଘଟିଥିବା ଇସିବି କହିଛି। ଘଟଣାଟି ସମ୍ପର୍କରେ ଅଧିକ ତଥ୍ୟ ମଗାଯାଇଛି। ଦ୍ୱିତୀୟ ଟେଷ୍ଟ ପାଇଁ ଠିକଣା ସମୟରେ ଦଳ ଘୋଷଣା କରାଯିବ ବୋଲି ଇସିବି କହିଛି।

Share