Categories: ଜାତୀୟ

ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଦୁର୍ଘଟଣା, ୪୮ ଗାଡ଼ି କ୍ଷତିଗ୍ରସ୍ତ, ୫୦ରୁ ଅଧିକ ଆହତ

ପୁଣେ,୨୧ ।୧୧: ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଥିବା ଏକ ପୋଲ ନିକଟରେ ଟ୍ରକ୍‌ରେ ପିଟି ହେବା ଫଳରେ ୪୮ଟି ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା ଜଣାପଡିଛି । ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ସନ୍ଧ୍ୟାରେ ପୋଲ ନିକଟରେ ଏକ କଣ୍ଟେନର ନିୟନ୍ତ୍ରଣ ହରାଇ ଆଗରେ ଥିବା ଗାଡି ଗୁଡିକୁ ଖୁବ ଜୋରରେ ଧକ୍କା ଦେଇଥିଲା । ପୋଲିସର ସୂଚନା ଅନୁଯାୟୀ, ବ୍ରେକ୍ ଫେଲ ଯୋଗୁ କଣ୍ଟେନରଟି ଅନ୍ୟ ଗାଡି ଗୁଡିକୁ ବାଡେଇ ଦେଇଛି । ତେବେ ଘଟଣାର ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।
ପୁଣେ ସିଟି ଓ ପୁଣେ ମେଟ୍ରୋପଲିଟାନ ରିଜନ ଡେଭଲପମେଣ୍ଟ ଅଥରିଟି ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ସେବା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ରାତି ପ୍ରାୟ ୮ଟା ୩୦ରେ ନାୱଲେ ବ୍ରିଜ ଅଞ୍ଚଳରେ ହୋଇଥିଲା ।

Share