ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଗଣତି ଆରମ୍ଭ

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ସୋମବାର ଖୋଲାଯାଇଛି। ଏହି ଗଣତିରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀଙ୍କ ସମେତ ମଝିଘରିଆଣୀ ମନ୍ଦିର ମହିଳା କର୍ମଚାରୀ, ଭେଙ୍କେଟେଶ୍ୱର ମନ୍ଦିରର ମହିଳା ଓ ଅନ୍ୟମାନେ ଗଣତିରେ ସାମିଲ ହୋଇଛନ୍ତି। ସକାଳ ୧୦ଟା ସମୟରେ ମାଜିଷ୍ଟ୍ରେଟ୍‌ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୬ ମାସ ତଳେ ସେପ୍ଟେମ୍ବର ମାସରେ ଖୋଲାଯାଇଥିଲା। ସେହି ଗଣତି ସମୟରେ ହୁଣ୍ଡିରୁ ନଗଦ ୬୮ ଲକ୍ଷ ୭୪ ହଜାର ୧୪୦ ଟଙ୍କା ସହିତ ୫୩ ଗ୍ରାମ ସୁନା ଓ ୧୭୯୭ ଗ୍ରାମ ରୁପା ବାହାରିଥିଲା। ଏଥିସହ ୮ଟି ଆମେରିକୀୟ ଡଲାର ସମେତ ଅନ୍ୟ ଦେଶର ୩ଟି ବିଦେଶୀ ନୋଟ୍‌ ଏବଂ ୟୁଏଇର ୫ ଡିରହାମ ହୁଣ୍ଡିରୁ ବାହାରିଥିଲା।