ସାମାନ୍ୟ ବର୍ଷାରେ ମହୁଲପାଟଣା-ମୁଖୀଗୁଡ଼ା ରାସ୍ତା ବେହାଲ

ଥୁଆମୂଳ ରାମପୁର,୨୯ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଟଣା – ମୁଖୀଗୁଡ଼ା ମୁଖ୍ୟ ଘାଟି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତାଟି ବିଗତ ଦିନରେ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଅଧୀନରେ ହୋଇଛି ଯାହାକି ବିଭିନ୍ନ ଗେଟ୍‌ ବା ଜଳଭଣ୍ଡାରକୁ କର୍ମଚାରୀମାନେ ଯିବା ଆସିବା କରିବା ପାଇଁ ପ୍ରୋଜେକ୍ଟ ସମୟରେ ର୍ନିମାଣ କରାଯାଇଥିଲା ।  ବର୍ତ୍ତମାନ ଏହି ରାସ୍ତାଟି ମରଣଯନ୍ତା ପାଲଟିଯାଇଛି। ରାସ୍ତାଟିି ଥୁଆମୂଳ ରାମପୁର ବ୍ଲକ ଠାରୁ ଜୟପାଟଣା, କୋକସରା, ଜୁନାଗଡ଼, ଧର୍ମଗଡ଼ ବ୍ଲକ ସମେତ ପଡ଼ୋଶୀ ଜିଲା ନବରଙ୍ଗପୁର ସହିତ ସଂଯୋଗ କରୁଥିବା ରାସ୍ତା ହୋଇଥିବାରୁ ଥୁଆମୂଳ ରାମପୁର ବ୍ଲକର ମହୁଲପାଟଣା, ପାଡ଼େପଦର, ବଡ଼ଛତ୍ରଙ୍ଗ, ଅଡ୍ରି, ଗୋପୀନାଥପୁର ସମେତ ମୁଖୀଗୁଡ଼ା, ମଙ୍ଗଳପୁର, ଧନସୁଲି ବଡ଼ କର୍ଲାକୋଟ ଆଦି ପଞ୍ଚାୟତର ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ରାସ୍ତା ଦେଇ ବିଭିନ୍ନ ସମୟରେ ଛୋଟ ବଡ଼ ବ୍ୟବସାୟୀଙ୍କ ଯାନବାହନଠାରୁ ଆରମ୍ଭ କରି ସ୍କୁଲ କଲେଜର ଛାତ୍ରୀ ଛାତ୍ର ଙ୍କ ଜୀବନ ରେଖା ପାଲଟିଛି ଏହି ଘାଟି ରାସ୍ତା l ଥୁଆମୂଳ ରାମପୁର ବ୍ଲକ ଗୁଣୁପୁରଠାରୁ ମହୁଲପାଟଣା-ଗୋପୀନାଥପୁର ରାସ୍ତା ସମ୍ପ୍ରସାରଣ ବା ନବୀକରଣ ପାଇଁ ଜେସିବି, ଟିପ୍ପର, ହାଇୱା, ଟ୍ରକ୍‌, ଟ୍ରାକ୍ଟର ନିୟୋଜିତ ହୋଇଛି। ସେହି ଗାଡ଼ିମୋଟର ନିତିଦିନିଆ ଯିବା ଆସିବା କରୁଛି। ଏହାଦ୍ବାରା ଆଜି ରାସ୍ତାର ଏହି ଅବସ୍ଥା ହୋଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଥିବା ବେଳେ ଅଧିକାଂଶ ସମୟରେ ରାସ୍ତାର ଏହି ଶୋଚନୀୟ ଅବସ୍ଥା ଯୋଗୁ ପଥଚାରୀମାନେ ଚଳପ୍ରଚଳ କରୁଥିବା ବେଳେ ରାସ୍ତାରେ ଥିବା ଖାଲରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ଦୁଇ ଚକିଆ କିମ୍ବା ଚାରି ଚକିଆଯାନ ଉକ୍ତ ଖାଲରେ ପଡିଗଲେ ଜମା ହୋଇଥିବା ପାଣି ଛିଟିକି ଯାଇ ଲୋକଙ୍କ ଉପରେ ପଡିଯାଇଥିବା ଲୋକମାନେ ବିଭିନ୍ନ ସମୟରେ ହଇରାଣ ହେଉଥିବା ଦେଖିବାକୁ ମିଳିଥାଏ। ଏପରିକି କି ରାସ୍ତା ଅଣଓସାରିଆ ସହ ସ୍ଥାନେ ସ୍ଥାନେ ଏଭଳି ଖାଲଖମା ରହିଛି ସେଥିରେ ଅଳ୍ପ ବର୍ଷାରେ ବେହାଲ ହୋଇ ପଡ଼ୁଛି । ଏହି ରାସ୍ତା ପ୍ରତି ଜିଲା ପ୍ରଶାସନ କିମ୍ବା ସ୍ଥାନୀୟ ଏମ୍‌ପି, ବିଧାୟକ ଦୃଷ୍ଟି ଦେବାକୁ ପଥଚାରୀଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?