ସାମାନ୍ୟ ବର୍ଷାରେ ମହୁଲପାଟଣା-ମୁଖୀଗୁଡ଼ା ରାସ୍ତା ବେହାଲ

ଥୁଆମୂଳ ରାମପୁର,୨୯ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଟଣା – ମୁଖୀଗୁଡ଼ା ମୁଖ୍ୟ ଘାଟି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତାଟି ବିଗତ ଦିନରେ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଅଧୀନରେ ହୋଇଛି ଯାହାକି ବିଭିନ୍ନ ଗେଟ୍‌ ବା ଜଳଭଣ୍ଡାରକୁ କର୍ମଚାରୀମାନେ ଯିବା ଆସିବା କରିବା ପାଇଁ ପ୍ରୋଜେକ୍ଟ ସମୟରେ ର୍ନିମାଣ କରାଯାଇଥିଲା ।  ବର୍ତ୍ତମାନ ଏହି ରାସ୍ତାଟି ମରଣଯନ୍ତା ପାଲଟିଯାଇଛି। ରାସ୍ତାଟିି ଥୁଆମୂଳ ରାମପୁର ବ୍ଲକ ଠାରୁ ଜୟପାଟଣା, କୋକସରା, ଜୁନାଗଡ଼, ଧର୍ମଗଡ଼ ବ୍ଲକ ସମେତ ପଡ଼ୋଶୀ ଜିଲା ନବରଙ୍ଗପୁର ସହିତ ସଂଯୋଗ କରୁଥିବା ରାସ୍ତା ହୋଇଥିବାରୁ ଥୁଆମୂଳ ରାମପୁର ବ୍ଲକର ମହୁଲପାଟଣା, ପାଡ଼େପଦର, ବଡ଼ଛତ୍ରଙ୍ଗ, ଅଡ୍ରି, ଗୋପୀନାଥପୁର ସମେତ ମୁଖୀଗୁଡ଼ା, ମଙ୍ଗଳପୁର, ଧନସୁଲି ବଡ଼ କର୍ଲାକୋଟ ଆଦି ପଞ୍ଚାୟତର ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ରାସ୍ତା ଦେଇ ବିଭିନ୍ନ ସମୟରେ ଛୋଟ ବଡ଼ ବ୍ୟବସାୟୀଙ୍କ ଯାନବାହନଠାରୁ ଆରମ୍ଭ କରି ସ୍କୁଲ କଲେଜର ଛାତ୍ରୀ ଛାତ୍ର ଙ୍କ ଜୀବନ ରେଖା ପାଲଟିଛି ଏହି ଘାଟି ରାସ୍ତା l ଥୁଆମୂଳ ରାମପୁର ବ୍ଲକ ଗୁଣୁପୁରଠାରୁ ମହୁଲପାଟଣା-ଗୋପୀନାଥପୁର ରାସ୍ତା ସମ୍ପ୍ରସାରଣ ବା ନବୀକରଣ ପାଇଁ ଜେସିବି, ଟିପ୍ପର, ହାଇୱା, ଟ୍ରକ୍‌, ଟ୍ରାକ୍ଟର ନିୟୋଜିତ ହୋଇଛି। ସେହି ଗାଡ଼ିମୋଟର ନିତିଦିନିଆ ଯିବା ଆସିବା କରୁଛି। ଏହାଦ୍ବାରା ଆଜି ରାସ୍ତାର ଏହି ଅବସ୍ଥା ହୋଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଥିବା ବେଳେ ଅଧିକାଂଶ ସମୟରେ ରାସ୍ତାର ଏହି ଶୋଚନୀୟ ଅବସ୍ଥା ଯୋଗୁ ପଥଚାରୀମାନେ ଚଳପ୍ରଚଳ କରୁଥିବା ବେଳେ ରାସ୍ତାରେ ଥିବା ଖାଲରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ଦୁଇ ଚକିଆ କିମ୍ବା ଚାରି ଚକିଆଯାନ ଉକ୍ତ ଖାଲରେ ପଡିଗଲେ ଜମା ହୋଇଥିବା ପାଣି ଛିଟିକି ଯାଇ ଲୋକଙ୍କ ଉପରେ ପଡିଯାଇଥିବା ଲୋକମାନେ ବିଭିନ୍ନ ସମୟରେ ହଇରାଣ ହେଉଥିବା ଦେଖିବାକୁ ମିଳିଥାଏ। ଏପରିକି କି ରାସ୍ତା ଅଣଓସାରିଆ ସହ ସ୍ଥାନେ ସ୍ଥାନେ ଏଭଳି ଖାଲଖମା ରହିଛି ସେଥିରେ ଅଳ୍ପ ବର୍ଷାରେ ବେହାଲ ହୋଇ ପଡ଼ୁଛି । ଏହି ରାସ୍ତା ପ୍ରତି ଜିଲା ପ୍ରଶାସନ କିମ୍ବା ସ୍ଥାନୀୟ ଏମ୍‌ପି, ବିଧାୟକ ଦୃଷ୍ଟି ଦେବାକୁ ପଥଚାରୀଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri