ମହୁଲଡ଼ିହା ଥାନା ଏଏସ୍‌ଆଇ ନିଲମ୍ବିତ

ଠାକୁରମୁଣ୍ଡା,୨୧ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅଞ୍ଚଳରେ ଅଣ୍ଟା ବ୍ୟଥା ହେଉଥିବା ରୋଗୀଙ୍କୁ ଜଣେ କ୍ୱାକ୍‌ ପ୍ରାଣୀ ଇଞ୍ଜେକ୍ସନ ଦେବା ଘଟଣା ଭିନ୍ନମୋଡ଼ ନେଇଛି। କାର୍ଯ୍ୟରେ ଅବହେଳା କାରଣରୁ ତଦନ୍ତକାରୀ ଅଧିକାରୀ ମହୁଲଡ଼ିହା ଥାନା ଏଏସ୍‌ଆଇ ପବିତ୍ର ମୋହନ ରାଉତଙ୍କୁ ଜିଲା ଆରକ୍ଷୀ ଅଧିକ୍ଷକ ନିଲମ୍ବନ କରିଛନ୍ତି।
ପ୍ରକାଶ ଯେ, ମହୁଲଡ଼ିହା ଅଞ୍ଚଳରେ ଆନନ୍ଦପୁର କଣ୍ଟିପାଳ ଗ୍ରାମର ବିଶ୍ୱନାଥ ବେହେରା ନାମକ ଜଣେ କ୍ୱାକ୍‌ ପହଞ୍ଚି ଠାକୁରମୁଣ୍ଡା ଡାକ୍ତରଖାନାରୁ ଆସିଥିବା କହିଥିଲେ। ପରେ ସେ ଅଣ୍ଟା ବ୍ୟଥା ହେଉଥିବା ମହୁଲଡ଼ିହା ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କୁ ପ୍ରାଣୀଙ୍କ ଲାଗି ବ୍ୟବହୃତ ଇଞ୍ଜେକ୍ସନ ଦେଇଥିଲେ। ଶ୍ରୀକାନ୍ତଙ୍କ ପୁଅ ଏହା ଜାଣିପାରି କ୍ୱାକ୍‌ ବିଶ୍ୱନାଥଙ୍କୁ ଅଟକ ରଖିବା ସହ ପୋଲିସ ଜିମା ଦେଇଥିଲେ। ଏନେଇ ଶ୍ରୀକାନ୍ତ ମହୁଲଡ଼ିହା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଥାନାରେ ସମ୍ପୃକ୍ତ କ୍ୱାକ୍‌ଙ୍କଠାରୁ ଅଣ୍ଡରଟେକିଙ୍ଗ ରଖାଯାଇ ଛାଡ଼ି ଦିଆଯାଇଥିଲା। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୋଲିସ ବାଧ୍ୟ ହୋଇ ମାମଲା ରୁଜୁ କରିଥିବା ବେଳେ ଗିରଫ ଭୟରେ କ୍ୱାକ୍‌ ବିଶ୍ୱନାଥ ଫେରାର ହୋଇ ଯାଇଛନ୍ତି। ଅନ୍ୟପକ୍ଷରେ ଶ୍ରୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଶହୀଦ ସ୍ତମ୍ଭରେ ଲାଗିଛି ପ୍ରାର୍ଥୀଙ୍କ ପୋଷ୍ଟର

ଚିତ୍ରକୋଣ୍ଡା,୧୭।୨(ଡି.ଏନ.ଏ.) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଶହୀଦ ସ୍ତମ୍ଭରେ ପଞ୍ଚାୟତ ନିର୍ବାଚନରେ ଭାଗ ନେଇଥିବା ପ୍ରାର୍ଥୀ,ପ୍ରାର୍ଥତ୍ନୀଙ୍କ ଉଦ୍ଦେଶ୍ୟରେ ଲାଗିଛି ମାଓବାଦୀ ପୋଷ୍ଟର। ପାପରମେଟେଲା...

ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଶହଶହ ବଳି

ଭବାନୀପାଟଣା,୩।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଜେନାଖାଲରୁ ଛତର ଉଠିବା ପରେ ସହରର...

ଭୁବନ ସ୍ବାସ୍ଥ୍ୟକେନ୍ଦ୍ରରେ ପଶିଲା ବର୍ଷାପାଣି

ଭୁବନ, ୭।୮(ଡି.ଏନ୍‌.ଏ.)-ଲଘୁଚାପ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରେ ଭୁବନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ସ୍ବାସ୍ଥ୍ୟସେବା ଉପରେ। ଡାକ୍ତରଖାନାରେ ବର୍ଷାଜଳ ପଶିଛି।...

ବସଷ୍ଟାଣ୍ଡ୍‌ରେ ଜଳିଗଲା ୨ ବସ୍‌

ଯାଜପୁର ରୋଡ୍‌,୨।୧୨(ନି.ପ୍ର.): ଯାଜପୁର ରୋଡ୍‌ ବସଷ୍ଟାଣ୍ଡରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରୀଙ୍କୁ ଛାଡ଼ି ଷ୍ଟାଣ୍ଡରେ ଛିଡ଼ା ହୋଇଥିବାବେଳେ ନିଆଁ ଲାଗି...

ଯୁକ୍ତ୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ମେରିଟ୍‌ ଲିଷ୍ଟ

କଟକ ଅଫିସ,୧୭।୮: ଯୁକ୍ତ୨ ନାମଲେଖା ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ...

ପ୍ରବାସୀଙ୍କୁ ୨୦୦୦ ବଦଳରେ ୧୯୦୦ ଦେବା ଅଭିଯୋଗ: ପିଇଓ ନିଲମ୍ବିତ

ପଦ୍ମପୁର,୨୫।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଶାଶୁଭୁଆସୁଣି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଚିନ୍ମୟୀ ପଣ୍ଡାଙ୍କୁ କୋଭିଡ୍‌ ଗାଇଡ୍‌ ଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ...

ତହସିଲ ପକ୍ଷରୁ ଚଢାଉ: ୭ଟି ଗାଡ଼ି ଜବତ

ଧର୍ମଶାଳା,୪।୬(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲଦାର ଓ ଅତିରିକ୍ତ ତହସିଲଦାର ରବିବାର ଓ ସୋମବାର ରାସ୍ତାକାମ ପାଇଁ ବେଆଇନଭାବେ ମାଟି ଆଣୁଥିବା ୬ଟି ହାଇୱା, ଗୋଟିଏ ଟ୍ରାକ୍ଟର ଓ...

ରାସ୍ତା ଅବରୋଧକରି ଗାଡ଼ି ଧୋଇବା ବେଳେ ପୋଲିସ ଚଢ଼ାଉ: ଗାଡି ଧୁଆ ଯନ୍ତ୍ର ଜବତ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରଦେଇ ଯାଇଥିବା ୨ ନମ୍ବର ରାଜ୍ୟ ରାଜପଥ ଉପରେ ଭାରିଯାନ ରଖି ଧୋଉଥିବା ବେଳେ ପୋଲିସ ଚଢ଼ାଉକରି...

Advertisement
Archives

Model This Week