ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ ବର୍ଗର ଗରିବ ଲୋକେ ମହୁଲ ସଂଗ୍ରହକୁ ସେମାନଙ୍କ ଏକ ଜୀବିକାଭାବେ ଗ୍ରହଣ କରି ଆସିଛନ୍ତି। ତେବେ ଏଥର ଅନ୍ୟବର୍ଷ ତୁଳନାରେ ଯଥେଷ୍ଟ କମ୍‌ ମହୁଲ ଫୁଲ ହୋଇଥିବାବେଳେ ବିକ୍ରି ବ୍ୟବସ୍ଥା ମଧ୍ୟ ନଥିବା ଯୋଗୁ ସଂଗ୍ରହକାରୀ ଶୋଷଣର ଶିକାର ହୋଇଥିବା ଜଣାପଡ଼ିଛି।

ସାଧାରଣତଃ ଫେବୃୟାରୀ ମାସରୁ ମହୁଲ ଫୁଲ ଝଡ଼ିବା ଆରମ୍ଭ ହୋଇଥାଏ। ତେବେ ମହୁଲ ଗଛ ଗୁଡ଼ିକରେ ଏଥର କମ୍‌ ଫୁଲ ଧରିଥିଲା। ତାହା ମହୁଲ ଫୁଲ ସଂଗ୍ରହକାରୀଙ୍କୁ ଯେତିକି ହତାଶ କରି ନ ଥିଲା, ବିଗତବର୍ଷ ତୁଳନାରେ କମ୍‌ ଦରରେ ମହୁଲ ବିକ୍ରି ଅଧିକ ମାନସିକ ଆଘାତ ଦେଇଥିବା କହିଛନ୍ତି। ପଦ୍ମପୁର, ପାଇକମାଳ, ଝାରବନ୍ଧ, ଗାଇସିଲେଟ, ଅମ୍ବାଭୋନା, ସୋହେଲା ଆଦି ଅଞ୍ଚଳରେ ଲୋକେ ମହୁଲ ସଂଗ୍ରହ କରୁଥିବା ଯୋଗୁ ପ୍ରତିବର୍ଷ ବାହ୍ୟଜିଲା ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ମଧ୍ୟ ବେପାରୀମାନେ ମହୁଲ କିଣିବାକୁ ସମ୍ପୃକ୍ତ ଅଞ୍ଚଳକୁ ଆସିଥାନ୍ତି। କିନ୍ତୁ ଏଥର ମହୁଲ ଫୁଲ କମ୍‌ ଆସିଥିବା ଯୋଗୁ ଜିଲାକୁ ସେଭଳି ଅଧିକ ବେପାରୀମାନେ ମଧ୍ୟ ଆସି ନ ଥିଲେ। ଫଳରେ ସଂଗ୍ରହକାରୀମାନେ ସ୍ଥାନୀୟ ବେପାରୀଙ୍କଠାରୁ ବହୁ କମ୍‌ ଦରରେ ମହୁଲ ଫୁଲ ବିକ୍ରି କରିଥିବା ଜଣାପଡ଼ିଛି। ସରକାର ଏପର୍ଯ୍ୟନ୍ତ ମହୁଲ ଫୁଲର ଦର ନିର୍ଦ୍ଧାରଣ କରି ନାହାନ୍ତି। ଫଳରେ ବେପାରୀମାନେ ମନଇଚ୍ଛା ଦରରେ ତାହା କିଣୁଥିବା ପରିଲକ୍ଷିତ ହେଉଛି। ଅମ୍ବାଭୋନା ଅଞ୍ଚଳରେ କି.ଗ୍ରା ପ୍ରତି ମହୁଲ ଫୁଲ ୧୦ଟଙ୍କା ରହିଛି। ଭଲ ମହୁଲ ଫୁଲ ହୋଇଥିଲେ ତାକୁ କି.ଗ୍ରା ପ୍ରତି ୩୦ଟଙ୍କାରେ କିଣାଯାଉଛି। ସେହିପରି ମହୁଲ କି.ଗ୍ରା ପ୍ରତି ଭଟଲିରେ ୩୦ଟଙ୍କା, ପଦ୍ମପୁରରେ ୪୦ଟଙ୍କା, ଝାରବନ୍ଧରେ ୩୫ଟଙ୍କା, ପାଇକମାଳରେ ୩୦ଟଙ୍କା, ଗାଇସିଲେଟରେ ୩୦ଟଙ୍କା ଦରରେ ବିକ୍ରି ହେଉଥିବା ସୂଚନା ମିଳିଛି।
ମହୁଲ ଫୁଲ ସଂଗ୍ରହରେ ଭୋରରୁ ଗରୀବ ଖଟିଖିଆ ଆଦିବାସୀ ପରିବାରର ପିଲାଛୁଆଠୁ ଆରମ୍ଭ କରି ବୃଦ୍ଧାବୃଦ୍ଧ ପର୍ଯ୍ୟନ୍ତ ବାହାରିଥାନ୍ତି। ମହୁଲ ଗଛତଳେ ଝଡ଼ିଥିବା ମହୁଲ ଫୁଲକୁ ସଂଗ୍ରହ କରି ତାକୁ ପୁଣି ଖରାରେ ଶୁଖାଇଥାନ୍ତି। ତାହା ଶୁଖିବା ପରେ ମଦ ବ୍ୟବସାୟୀଙ୍କ ସମେତ ଅନ୍ୟ ବେପାରୀମାନେ ତାହା କିଣିବାକୁ ସେମାନଙ୍କ ପାଖକୁ ପହଞ୍ଚିଥାନ୍ତି। ତେବେ ମହୁଲ ଫୁଲ ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ଦର ଏପର୍ଯ୍ୟନ୍ତ ନିର୍ଦ୍ଧାରଣ କରି ନଥିବା ଯୋଗୁ ଝାଳବୁହା ପରିଶ୍ରମ କରିଥିବା ମହୁଲ ସଂଗ୍ରହକାରୀଙ୍କଠାରୁ ବେପାରୀମାନେ କମ୍‌ଦରରେ ତାହା କିଣିବାର ସୁଯୋଗ ପାଉଛନ୍ତି। ଏଥିପାଇଁ ମହୁଲ ସଂଗ୍ରହକାରୀଙ୍କୁ ଶୋଷଣର ସମ୍ମୁଖୀନ ହେବାକୁ ପଡୁଛି ବୋଲି ପାଇକମାଳ ବ୍ଳକ ଲହୁଣିପୁର ଗ୍ରାମର ଶେଷଦେବ ନାଏକ କହିଛନ୍ତି। ସେହପରି ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ମହୁଲ ଫୁଲରୁ ପ୍ରସ୍ତୁତ ଦେଶୀମଦ ବିକ୍ରିରୁ ସରକାରଙ୍କ ଅବକାରୀ ବିଭାଗ କୋଟିକୋଟି ଟଙ୍କା ଟ୍ୟାକ୍ସ ଅସୁଲ କରୁଛି। କିନ୍ତୁ ଏପର୍ଯ୍ୟନ୍ତ ମହୁଲ ସଂଗ୍ରହକାରୀଙ୍କୁ ସହାୟତା କିମ୍ବା ମହୁଲ ଫୁଲ ବିକ୍ରି ଦର ନିର୍ଦ୍ଧାରିତ କରି ନ ପାରିବା ଦୁର୍ଭାଗ୍ୟଜନକ। ଏଥିପ୍ରତି ସରକାର ତ୍ୱରିତ୍‌ ପଦକ୍ଷେପ ନେବା ଦରକାର ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri