ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ ବର୍ଗର ଗରିବ ଲୋକେ ମହୁଲ ସଂଗ୍ରହକୁ ସେମାନଙ୍କ ଏକ ଜୀବିକାଭାବେ ଗ୍ରହଣ କରି ଆସିଛନ୍ତି। ତେବେ ଏଥର ଅନ୍ୟବର୍ଷ ତୁଳନାରେ ଯଥେଷ୍ଟ କମ୍‌ ମହୁଲ ଫୁଲ ହୋଇଥିବାବେଳେ ବିକ୍ରି ବ୍ୟବସ୍ଥା ମଧ୍ୟ ନଥିବା ଯୋଗୁ ସଂଗ୍ରହକାରୀ ଶୋଷଣର ଶିକାର ହୋଇଥିବା ଜଣାପଡ଼ିଛି।

ସାଧାରଣତଃ ଫେବୃୟାରୀ ମାସରୁ ମହୁଲ ଫୁଲ ଝଡ଼ିବା ଆରମ୍ଭ ହୋଇଥାଏ। ତେବେ ମହୁଲ ଗଛ ଗୁଡ଼ିକରେ ଏଥର କମ୍‌ ଫୁଲ ଧରିଥିଲା। ତାହା ମହୁଲ ଫୁଲ ସଂଗ୍ରହକାରୀଙ୍କୁ ଯେତିକି ହତାଶ କରି ନ ଥିଲା, ବିଗତବର୍ଷ ତୁଳନାରେ କମ୍‌ ଦରରେ ମହୁଲ ବିକ୍ରି ଅଧିକ ମାନସିକ ଆଘାତ ଦେଇଥିବା କହିଛନ୍ତି। ପଦ୍ମପୁର, ପାଇକମାଳ, ଝାରବନ୍ଧ, ଗାଇସିଲେଟ, ଅମ୍ବାଭୋନା, ସୋହେଲା ଆଦି ଅଞ୍ଚଳରେ ଲୋକେ ମହୁଲ ସଂଗ୍ରହ କରୁଥିବା ଯୋଗୁ ପ୍ରତିବର୍ଷ ବାହ୍ୟଜିଲା ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ମଧ୍ୟ ବେପାରୀମାନେ ମହୁଲ କିଣିବାକୁ ସମ୍ପୃକ୍ତ ଅଞ୍ଚଳକୁ ଆସିଥାନ୍ତି। କିନ୍ତୁ ଏଥର ମହୁଲ ଫୁଲ କମ୍‌ ଆସିଥିବା ଯୋଗୁ ଜିଲାକୁ ସେଭଳି ଅଧିକ ବେପାରୀମାନେ ମଧ୍ୟ ଆସି ନ ଥିଲେ। ଫଳରେ ସଂଗ୍ରହକାରୀମାନେ ସ୍ଥାନୀୟ ବେପାରୀଙ୍କଠାରୁ ବହୁ କମ୍‌ ଦରରେ ମହୁଲ ଫୁଲ ବିକ୍ରି କରିଥିବା ଜଣାପଡ଼ିଛି। ସରକାର ଏପର୍ଯ୍ୟନ୍ତ ମହୁଲ ଫୁଲର ଦର ନିର୍ଦ୍ଧାରଣ କରି ନାହାନ୍ତି। ଫଳରେ ବେପାରୀମାନେ ମନଇଚ୍ଛା ଦରରେ ତାହା କିଣୁଥିବା ପରିଲକ୍ଷିତ ହେଉଛି। ଅମ୍ବାଭୋନା ଅଞ୍ଚଳରେ କି.ଗ୍ରା ପ୍ରତି ମହୁଲ ଫୁଲ ୧୦ଟଙ୍କା ରହିଛି। ଭଲ ମହୁଲ ଫୁଲ ହୋଇଥିଲେ ତାକୁ କି.ଗ୍ରା ପ୍ରତି ୩୦ଟଙ୍କାରେ କିଣାଯାଉଛି। ସେହିପରି ମହୁଲ କି.ଗ୍ରା ପ୍ରତି ଭଟଲିରେ ୩୦ଟଙ୍କା, ପଦ୍ମପୁରରେ ୪୦ଟଙ୍କା, ଝାରବନ୍ଧରେ ୩୫ଟଙ୍କା, ପାଇକମାଳରେ ୩୦ଟଙ୍କା, ଗାଇସିଲେଟରେ ୩୦ଟଙ୍କା ଦରରେ ବିକ୍ରି ହେଉଥିବା ସୂଚନା ମିଳିଛି।
ମହୁଲ ଫୁଲ ସଂଗ୍ରହରେ ଭୋରରୁ ଗରୀବ ଖଟିଖିଆ ଆଦିବାସୀ ପରିବାରର ପିଲାଛୁଆଠୁ ଆରମ୍ଭ କରି ବୃଦ୍ଧାବୃଦ୍ଧ ପର୍ଯ୍ୟନ୍ତ ବାହାରିଥାନ୍ତି। ମହୁଲ ଗଛତଳେ ଝଡ଼ିଥିବା ମହୁଲ ଫୁଲକୁ ସଂଗ୍ରହ କରି ତାକୁ ପୁଣି ଖରାରେ ଶୁଖାଇଥାନ୍ତି। ତାହା ଶୁଖିବା ପରେ ମଦ ବ୍ୟବସାୟୀଙ୍କ ସମେତ ଅନ୍ୟ ବେପାରୀମାନେ ତାହା କିଣିବାକୁ ସେମାନଙ୍କ ପାଖକୁ ପହଞ୍ଚିଥାନ୍ତି। ତେବେ ମହୁଲ ଫୁଲ ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ଦର ଏପର୍ଯ୍ୟନ୍ତ ନିର୍ଦ୍ଧାରଣ କରି ନଥିବା ଯୋଗୁ ଝାଳବୁହା ପରିଶ୍ରମ କରିଥିବା ମହୁଲ ସଂଗ୍ରହକାରୀଙ୍କଠାରୁ ବେପାରୀମାନେ କମ୍‌ଦରରେ ତାହା କିଣିବାର ସୁଯୋଗ ପାଉଛନ୍ତି। ଏଥିପାଇଁ ମହୁଲ ସଂଗ୍ରହକାରୀଙ୍କୁ ଶୋଷଣର ସମ୍ମୁଖୀନ ହେବାକୁ ପଡୁଛି ବୋଲି ପାଇକମାଳ ବ୍ଳକ ଲହୁଣିପୁର ଗ୍ରାମର ଶେଷଦେବ ନାଏକ କହିଛନ୍ତି। ସେହପରି ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ମହୁଲ ଫୁଲରୁ ପ୍ରସ୍ତୁତ ଦେଶୀମଦ ବିକ୍ରିରୁ ସରକାରଙ୍କ ଅବକାରୀ ବିଭାଗ କୋଟିକୋଟି ଟଙ୍କା ଟ୍ୟାକ୍ସ ଅସୁଲ କରୁଛି। କିନ୍ତୁ ଏପର୍ଯ୍ୟନ୍ତ ମହୁଲ ସଂଗ୍ରହକାରୀଙ୍କୁ ସହାୟତା କିମ୍ବା ମହୁଲ ଫୁଲ ବିକ୍ରି ଦର ନିର୍ଦ୍ଧାରିତ କରି ନ ପାରିବା ଦୁର୍ଭାଗ୍ୟଜନକ। ଏଥିପ୍ରତି ସରକାର ତ୍ୱରିତ୍‌ ପଦକ୍ଷେପ ନେବା ଦରକାର ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?