ମହୁଲ ଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ଲାଠୋର, ୧୮ା୫(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକର ଜଙ୍ଗଲ ଏବଂ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ମହୁଲ ଫୁଲ, ଫଳ ଏବଂ ମଞ୍ଜି ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ପ୍ରତିବର୍ଷ ସେମାନଙ୍କର ସେହି ଆଶା ନିରାଶରେ ପରିଣତ ହୋଇଥାଏ। ସରକାର ମହୁଲ ଫୁଲ ସହ ସମୁଦାୟ ୧୬୯ ପ୍ରକାର ବନଜାତ ଦ୍ରବ୍ୟକୁ ପଞ୍ଚାୟତ ହାତରେ ନ୍ୟସ୍ତ କରି ତାର ଦର ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପଞ୍ଚାୟତମାନଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସଂଗ୍ରହକାରୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ସରକାରୀ ନିୟମ ହିସାବରେ ପଞ୍ଚାୟତ ସମିିତି ବୈଠକରେ ଆଲୋଚନା ହେଲାପରେ ପ୍ରତି ପଞ୍ଚାୟତରେ ବୈଠକ ମାଧ୍ୟମରେ ମହୁଲ ଫୁଲର ଦର ନିର୍ଦ୍ଧାରଣ କରି ଉପଜିଲାପାଳଙ୍କୁ ଦେବା କଥା। ଆଉ ସେହି ଦର ହିସାବରେ ବ୍ୟବସାୟୀମାନେ ସଂଗ୍ରହକାରୀଙ୍କଠାରୁ ଉଚିତ ମୂଲ୍ୟ ଦେଇ ଫୁଲ କିଣିବା କଥା। ହେଲେ ଏଠାରେ ତାର ଓଲଟା ନୀତି ଯୋଗୁଁ ବ୍ୟବସାୟୀମାନେ ଗାଁଗାଁରେ ପହଞ୍ଚି ସଂଗ୍ରହକାରୀଙ୍କଠାରୁ ୨୦ରୁ ୨୫ ଟଙ୍କା ଦରରେ ମହୁଲ ଫୁଲ କିଣୁଛନ୍ତି। ହେଲେ ସରପଞ୍ଚମାନଙ୍କୁ ପଚାରିଲେ ଆମ ପାଖରେ ଖବର ନାହିଁ ବୋଲି କହୁଛନ୍ତି। ପୁନଶ୍ଚ ମାପରେ ମଧ୍ୟ ଗଡବଡ କରି ସଂଗ୍ରହକାରୀଙ୍କଠାରୁ ଏକ ପ୍ରକାର ବ୍ୟବସାୟୀମାନେ କୋଟିକୋଟି ଟଙ୍କା ରୋଜଗାର କରଥିବା ବେଳେ ସଂଗ୍ରହକାରୀ ହତାଶ ହେଉଛନ୍ତି। ସଂଗ୍ରହକାରୀମ ଦୀର୍ଘ ୩ରୁ ୪ ମାସ ମଧ୍ୟରେ ହାଡଭଙ୍ଗା ପରିଶ୍ରମ କରି ସପରିବାର ଫୁଲ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ରହିଥିଲେ ସବୁ ପରିଶ୍ରମର ଫଳ ବେପାରି ମାଡକରି ଲାଭବାନ ହେଉଛନ୍ତି। ଅପରପକ୍ଷରେ ଅବକାରୀ ବିଭାଗ ଜରିଆରେ ଲାଇସେନ୍ସ ପାଇଥିବା ବ୍ୟବସାୟୀ ହିଁ ମହୁଲ ଫୁଲ କିଣି ପାରିବେ। ହେଲେ ଅଞ୍ଚଳରେ ମାଳମାଳ ବ୍ୟବସାୟୀ ଗାଁଗାଁରେ ପହଞ୍ଚି ଫୁଲ କିଣୁଥିଲେ ମଧ୍ୟ ସେ ଦିଗରେ ପ୍ରଶାସନ ଅଙ୍କୁଶ ଲଗାଇବାରେ ବିଫଳ ହେଉଥିବା ଦେଖାଯାଉଛି। ପ୍ରତିବର୍ଷ ଫୁଲ କାରବାର ବଢ଼ି ଚାଲିଥିବା ବେଳେ ତା ପ୍ରତି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ବଡ ବ୍ୟବସାୟୀମାନେ ମାଲେ ମାଲ ହେଉଥିବା ବେଳେ ସଂଗ୍ରହକାରୀମାନେ ଶୋଷଣର ଶିକାର ହେଉଛନ୍ତି। ଏଥିରେ ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି। ଫୁଲ ସଂଗ୍ରହର ପ୍ରଥମ ମାସରୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କଲେ ସଂଗ୍ରହକାରୀ ଶୋଷଣରୁ ମୁକ୍ତି ପାଇ ପାରିବେ ବୋଲି ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ପାକିସ୍ତାନର ପ୍ରଦର୍ଶନକୁ ନେଇ ନକ୍‌ଭି ଅସନ୍ତୋଷ: ଦଳରୁ ବାଦ୍‌ ପଡିବେ ବାବର, ଶାହିନ

କରାଚୀ,୧୭ା୨- ଭାରତ ବିପକ୍ଷ ଟି୨୦ ବିଶ୍ୱକପ୍‌ର ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ସିନିୟର ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ ଦିଆଯିବ। ଆସନ୍ତା ୧୮ ତାରିଖରେ…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri