ଶାହାରୁଖ ଖାନଙ୍କ ନାୟିକା କରୋନା ପଜିଟିଭ

ମୁମ୍ବାଇ,୧୩।୧୨-ପାକିସ୍ତାନୀ ଅଭିନେତ୍ରୀ ମହିରା ଖାନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ନିଜେ ମାହିରା ରବିବାର ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ପରେ ବର୍ତ୍ତମାନ ସେ ଆଇସୋଲେଶନରେ ଅଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେ କରୋନା ଟେଷ୍ଟ କରିନେବାକୁ ସେ ପରାମର୍ଶ ଦେଇଛନ୍ତି। ଦୟାକରି, ମାସ୍କ ପିନ୍ଧନ୍ତୁ ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ମାହିରା କହିଛନ୍ତି।
ସୂଚନାଯୋଗ୍ୟ, ମାହିରା ଖାନ ଶାହାରୁଖ ଖାନଙ୍କ ସହ ରଇଜ ଫିଲ୍ମରେ କାମ କରିଛନ୍ତି। ୨୦୧୭ରେ ଏହି ଫିଲ୍ମ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ମହିରା ଖୁବ ଦମଦାର ଅଭିନୟ କରି ଭାରତୀୟ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ପାଇଥିଲେ।

Share