ତୁଷୁରାକୁ ହରାଇ ଫାଇନାଲରେ ପହଞ୍ଚିଲା ମହୀପୁର

ରିଷିଡ଼ା,୨୨।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଶିରାବାହାଲଠାରେ ଚାଲିଥିବା ବିର୍ସାମୁଣ୍ଡା କପ୍‌ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ରେ ତୁଷୁରାକୁ ପରାସ୍ତ କରି ମହିପୁର ଦଳ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି।

ସୋମବାର ସିରାବାହାଲ ଏବଂ ବଲ୍ଲା ବିଶ୍ରାମୁଣ୍ତା ମଧ୍ୟରେ ମ୍ୟାଚ୍‌ ଖେଳାଯିବ ବୋଲି ଯୁବକ ମିଟି ସଭାପତି କୁଞ୍ଜ ଭୋଇ, ସମ୍ପାଦକ ଟଙ୍କଧର ଭୋଇ, ମେନେଜର ରଞ୍ଜିତ କୁମୁରା ସୂଚନା ଦେଇଛନ୍ତି।

ଖେଳ ପରିଚାଳନା ପିଙ୍କୁ ଚନ୍ଦନ, ସୀମାଞ୍ଚଳ ଭୋଇ, ମନୋଜ ଫୁଟା ସହଯୋଗ କରିଥିଲେ। ମାନସିକ ଫୁଟା, ଟଙ୍କଧର ଘିଭେଲା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅଥିତି ଭାବେ ମରାମପୁର ରାଜପରିବାର ତଥା ଯୁବନେତା ନିଲମାଧବ ସିଂ ଦେଓ ଯୋଗ ଦେଇଥିଲେ।

Share