ବଜାରରେ ମହିନ୍ଦ୍ରାର ନ୍ୟୁ ସୁପ୍ରୋ ସିଏନ୍‌ଜି ଡୁଓ

ଭୁବନେଶ୍ୱର,୯।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ନ୍ୟୁ ସୁପ୍ରୋ ସିଏନ୍‌ଜି ଡୁଓ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ପ୍ରଥମଧରଣର ଡୁଆଲ ଫୁଏଲ ଏସ୍‌ସିଭି ମଡେଲ ସୁପ୍ରୋ ସିଏନ୍‌ଜି ଡୁଓକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଥିଲା। ଉକ୍ତ ମଡେଲ ଶ୍ରେଷ୍ଠ ମାନର ପେ’ଲୋଡ୍‌ ସହ ଉଲ୍ଲେଖନୀୟ ମାଇଲେଜ୍‌ ପ୍ରଦାନ କରୁଥିବା ବେଳେ ଉତ୍କୃଷ୍ଟ ପ୍ରଦର୍ଶନ ଓ ସର୍ବାଧିକ ଲାଭର ପ୍ରତିଶ୍ରୁତି ସହ ଉଭୟ ସିଏନ୍‌ଜି ଓ ପେଟ୍ରୋଲ ଦ୍ୱାରା ପରିଚାଳିତ ହେଉଛି। ଏ ସମ୍ପର୍କରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଅଟୋମୋଟିଭ୍‌ ଡିଭିଜନର ସଭାପତି ବିଜୟ ନାକ୍‌ରା କହିଛନ୍ତି, ଗ୍ରାହକଙ୍କୁ ଭଲ ଭାବେ ବୁଝିବା ଓ ବଜାରରେ ଦଶନ୍ଧି ଧରି ପ୍ରମୁଖ ଏସ୍‌ସିଭି ବର୍ଗରେ ରହିବା ସହିତ ଅଭିନବ ଓ ଭରସାଯୋଗ୍ୟ କମର୍ସିଆଲ୍‌ ଯାନ ପ୍ରସ୍ତୁତ କରିବା ଲାଗି ମହିନ୍ଦ୍ରାର ରହିଥିବା ସମୃଦ୍ଧ ଓ ଗର୍ବିତ ଐତିହ୍ୟର ପ୍ରତିଫଳନ ହେଉଛି ସୁପ୍ରୋ ସିଏନ୍‌ଜି ଡୁଓର ଶୁଭାରମ୍ଭ। ସେହିଭଳି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସଭାପତି ଅଟୋମୋଟିଭ୍‌ ଟେକ୍ନୋଲୋଜି ଆଣ୍ଡ୍‌ ପ୍ରଡକ୍ଟ ଡେଭେଲପ୍‌ମେଣ୍ଟ ଆର୍‌ ଭେଲୁସ୍ବାମୀ କହିଛନ୍ତି, ନୂଆ ସୁପ୍ରୋ ସିଏନ୍‌ଜି ଡୁଓକୁ ସ୍ମାର୍ଟ ଓ ସହଜରେ ପରିଚାଳିତ ହେଉଥିବା ଦ୍ୱୈତ-ଇନ୍ଧନ ବିଶିଷ୍ଟ ଛୋଟ କମର୍ସିଆଲ ଯାନ ଭାବେ ବିକାଶ କରାଯାଇଛି, ଯାହା ପ୍ରଦୂଷଣ ଓ ପରିଚାଳନା ଖର୍ଚ୍ଚ କମ୍‌ କରିବ। ଅପରପକ୍ଷରେ ସୁପ୍ରୋ ସିଏନ୍‌ଜି ଡୁଓ ଟାଙ୍କିକୁ ଥରେ ଫୁଲ୍‌ କଲେ ତାହା ୩୨୫ କି.ମି. ଯାତ୍ରା କରିବ। ଏଥିରେ ୨୦.୦୧ କିଲୋୱାଟ୍‌ର ବିଏସ୍‌-୬ ଆର୍‌ଡିଇ ଇଞ୍ଜିନ୍‌ ମଧ୍ୟ ରହଛି। ସେହିଭଳି ଗାଡ଼ିରେ ୧୨ ଇଞ୍ଚ ଟାୟାର ଓ ୧୫୮ ଏମ୍‌ଏମ୍‌ ଗ୍ରାଉଣ୍ଡ୍‌ କ୍ଲିୟରାନ୍ସ ରହିଛି। ଏହାର ଗ୍ରାହକମାନେ କମ୍‌ ଡାଉନ୍‌ ପେମେଣ୍ଟ୍‌ ଦେଇ ଗାଡ଼ିର ବୁକିଂ କରିପାରିବେ ଏବଂ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍‌ ଜରିଆରେ ମଧ୍ୟ ଏହାକୁ କିଣିପାରିବେ। ଏହା ଉପରେ ୩ ବର୍ଷ/୮୦,୦୦୦ କି.ମି. ୱାରେଣ୍ଟି ପ୍ରଦାନ କରାଯାଉଛି। ଉକ୍ତ ମଡେଲ ଡାଇମଣ୍ଡ ହ୍ବାଇଟ୍‌ ଓ ଡିମ୍‌ ଓ୍ବାର୍ମ ବ୍ଲୁ ରଙ୍ଗରେ ଉପଲବ୍ଧ। ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ (ନୂଆଦିଲ୍ଲୀ) ୬.୩୨ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri