୨୨ରୁ ମହିମା ଜ୍ୟୋତିଯାତ୍ରା

ଢେଙ୍କାନାଳ ଅଫିସ, ୬।୪ – ମହିମା ଧର୍ମର ପ୍ରଚାର ପ୍ରସାର ଲାଗି ନବମ ବ୍ରହ୍ମଜ୍ୟୋତି ଯାତ୍ରା ଆସନ୍ତା ଏପ୍ରିଲ ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବ। କୌପିନଧାରୀ ମହିମା ସମାଜ ଧର୍ମାଧ୍ୟକ୍ଷ ଶ୍ରୀମଦ୍‌ ରଘୁନାଥ ବାବାଙ୍କ ପୌରୋହିତ୍ୟରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜ୍ୟୋତିଯାତ୍ରା ମୁଖ୍ୟ ସଂଯୋଜକ ପ୍ରଦ୍ୟୁମ୍ନ ରଥ, ଆବାହକ ପ୍ରଶାନ୍ତ ମହାପାତ୍ର, କୌପିନଧାରୀ ମହିମା ସମାଜ ସମ୍ପାଦକ ସୁଶାନ୍ତ ବାବା, ସହସମ୍ପାଦକ କରୁଣାକର ବାବା, ଯୁଗ୍ମ ଆବାହକ ଭକ୍ତ ବିଜ୍ଞାନ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଜ୍ୟୋତିଯାତ୍ରା ପଥ ଚୂଡ଼ାନ୍ତ କରାଯାଇଛି।
ଏପ୍ରିଲ ୨୧ ସନ୍ଧ୍ୟାରେ କପିଳାସ ତପୋବନ ପୀଠ ଅଖଣ୍ଡ ଜ୍ୟୋତି ମନ୍ଦିରରୁ ବ୍ରହ୍ମଜ୍ୟୋତି ଜାଗ୍ରତ କରାଯାଇ ଏକ କାଚ ବିମାନରେ ଗାଦିପୀଠ ଯୋରନ୍ଦାକୁ ଅଣାଯିବ। ୨୨ ତାରିଖ ପୂର୍ବାହ୍ନ ୮ଟାରେ ବ୍ରହ୍ମଜ୍ୟୋତିକୁ ଗଁଦିଆ ବ୍ଲକ୍‌ କାଲୁରିଆସ୍ଥିତ ମହିମା ଟୁଙ୍ଗୀରେ ରଖାଯିବ। ସେଠାର ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ଏକ ଧର୍ମସଭା ଆୟୋଜିତ ହେବ। ଏହାପରେ ବଣସିଂହ-ସିମିଳିଆ-ରାମେଶ୍ୱରପୁର ଦେଇ ଜ୍ୟୋତିଯାତ୍ରା ଢେଙ୍କାନାଳ ବାଜିଚୌକରେ ପହଞ୍ଚତ୍ବ। ସେଠାରୁ କଣ୍ଟାନାଳୀ ବାଇପାସ୍‌ ଦେଇ ଭାପୁର ନିକଟ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ ଅନ୍ତର୍ଗତ ହମାମିରା ମହିମା ଟୁଙ୍ଗୀ ପରିକ୍ରମା କରିବ। ଏହାପରେ ଅନୁଗୋଳ ବ୍ଲକ୍‌ ଇଙ୍କରବନ୍ଧ ପଞ୍ଚାୟତର ସାରଙ୍ଗପୁର, ସାନ କଞ୍ଜନି, ବଡ଼ କଞ୍ଜନୀ ଗ୍ରାମରେ ବ୍ରହ୍ମଜ୍ୟୋତି ପରିକ୍ରମା କରିବ। ସେଠାରୁ ଛେଳିଆପଡା ଛକ-ଅନୁଗୁଳ-ସମ୍ବଲପୁର ରେଳପଥ ଅତିକ୍ରମ କରି ବଅଁରପାଳ ବ୍ଲକ ସାକସିଂହା ମହିମା ଟୁଙ୍ଗୀରେ ପହଞ୍ଚତ୍ବ। ସେଠାରେ ରାତ୍ରରହଣି ସାଙ୍ଗକୁ ଧର୍ମସଭା ଆୟୋଜିତ ହେବ। ଏପ୍ରିଲ୍‌ ୨୩ରେ ସାକସିଂହା, ଅନୁଗୋଳ ବ୍ଲକ ଖଲାରୀ ଗ୍ରାମ ପରିକ୍ରମା ପରେ ନାଲ୍‌କୋନଗରସ୍ଥିତ ଭୀମଭୋଇ ପାର୍କରେ ଅପରାହ୍ନରେ ପହଞ୍ଚତ୍ବ। ସର୍ବସାଧାରଣ ଦର୍ଶନ ପରେ ତପୋବନ ପୀଠକୁ ବ୍ରହ୍ମଜ୍ୟୋତି ପ୍ରତ୍ୟାବର୍ତ୍ତନ କରିବ ବୋଲି ପରିଚାଳନା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri