ମହିଳାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର

ଢେଙ୍କାନାଳ,୧୯।୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ନିକଟସ୍ଥ ରଣପଶି ଓଭରବ୍ରିଜ୍‌ ନିକଟରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କୁ ଘର ଭିତରେ ଛୁରି ଦେଖାଇ ହାତଗୋଡ଼ ବାନ୍ଧି ବଳାତ୍କାର କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ହୃଷୀକେଶ ସାହୁ (୩୦)ଙ୍କୁ ଗିରଫ କରିଛି।
ଘଟଣାରୁ ଜଣାପଡ଼ିଛି ଯେ, ରଣପଶି ଓଭରବ୍ରିଜ୍‌ ନିକଟରେ ଜଣେ ମହିଳା ଭଡ଼ାରେ ଏକୁଟିଆ ରହୁଥିଲେ। ନିକଟରେ ଏକ ସ’ ମିଲରେ କାରିଗର ଭାବେ କାମ କରୁଥିବା ଦେବଗଡ଼ ଜିଲା ଅଞ୍ଚଳର ହୃଷୀକେଶ ତାଙ୍କ ଉପରେ ନଜର ରଖିଥିଲେ ଏବଂ ତାଙ୍କ ପିଛା କରୁଥିଲେ। ଶୁକ୍ରବାର ରାତିରେ ମହିଳା ଜଣକ କୌଣସି କାର୍ଯ୍ୟରେ ଘର ବାହାରକୁ ଆସିଥିବା ବେଳେ ଏହାର ସୁଯୋଗ ପାଇ ହୃଷୀକେଶ ଘରେ ଭିତରେ ଆଗରୁ ଯାଇ ଲୁଚିଥିଲେ। ମହିଳା ଜଣକ ଘରକୁ ଆସି ଏକ ବହି ପଢ଼ିବାକୁ ବସିଥିବା ବେଳେ ହଠାତ୍‌ ହୃଷୀକେଶ ତାଙ୍କ ପଛପଟୁ ଆସି ମୁହଁରେ ଏକ ଚାଦର ପକାଇ ତାଙ୍କୁ ଧରିନେଇଥିଲେ। ଏହାପରେ ତାଙ୍କୁ ଛୁରି ଦେଖାଇ ତାଙ୍କର ହାତଗୋଡ଼ ବାନ୍ଧି ରାତି ୮ଟାରୁ ୧୧ଟା ପର୍ଯ୍ୟନ୍ତ ବଳାତ୍କାର କରିଥିଲେ। ପରେ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲେ। ମହିଳା ଜଣକ ଶନିବାର ଏ ସଂକ୍ରାନ୍ତରେ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍‌ ନଂ. ୪୮/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍‌ପି ପ୍ରଭାତ କୁମାର ବିଶ୍ୱାଳ ଘଟଣାର ତଦନ୍ତ କରିଥିଲେ। ଏହାପରେ ଅଭିଯୁକ୍ତଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ଗିରଫ କରି ପଚରାଉଚରା କରାଯାଇଥିଲା। ତାଙ୍କଠାରୁ ଘଟଣାରେ ବ୍ୟବହୃତ ଛୁରି ଜବତ କରାଯାଇଥିଲା।
ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚତ୍ ସେଠାରେ ପଡ଼ିଥିବା ପାଦଚିହ୍ନକୁ ନେଇ ତଦନ୍ତ କରିଥିଲେ। ଅଭିଯୁକ୍ତ ପୋଲିସ ଉପସ୍ଥିତିରେ ଘଟଣାସ୍ଥଳରେ ସିନ୍‌ ରିକ୍ରିଏଶନ କରିଥିଲେ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି। ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି ା ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

କାର୍‌ ରେସିଂର କରୁଣ ପରିଣତି: ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଇ ବାଇକ୍‌, ସ୍କୁଟି ଉପରକୁ ମାଡ଼ିଗଲା କାର୍‌

ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା…

ଚଢାଉ କରି ବିପୁଳ ପରିମାଣର କାଠ ଜବତ କଲା ବନବିଭାଗ, କାଠର ଆନୁମାନିକ ମୂଲ୍ୟ ହେବ…

ମୋହନା,୩୦।୧( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ ଗଣ୍ଡି ଜବତ ହୋଇଛି। ଗୁରୁବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri