ଅଡୁଆରେ ବିଜେଡିର ମହୀଧର

କଣ୍ଟାମାଳ, ୧୭ା୩(ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲାରେ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ-ବୌଦ୍ଧ ଓ କଣ୍ଟାମାଳ ା କଣ୍ଟାମାଳ ବିଧାନସଭା କ୍ଷେତ୍ର ୨୦୦୯ ମସିହାରୁ ଗଠିତ ହେବାଠାରୁ ବିଜେଡି ପ୍ରାର୍ଥୀ ୩ ଥର ବିଜୟୀ ହୋଇଛନ୍ତି ା ୨୦୦୯ରେ ଭଗବାନ କହଁର ବିଧାୟକ ହୋଇଥିବା ବେଳେ ୨୦୧୪ ଓ ୨୦୧୯ରେ ମହୀଧର ରଣା ବିଜୟୀ ହୋଇଥିଲେ। ଏବେ ମହୀଧରଙ୍କ ପାଇଁ ଅଡୁଆ ସାଜିଛନ୍ତି ଦଳର ପୁରୁଣା ଓ ପୁରୁଖା ନେତା। ବିଜେଡିର ଗୋଷ୍ଠୀ କନ୍ଦଳ ଚରମସୀମାରେ ପହଞ୍ଚଛି ା
ବିଧାୟକ ମହୀଧର କଂଗ୍ରେସ କର୍ମୀଙ୍କୁ ଆପଣାଇଥିବା ବେଳେ ଦଳର ପୁରୁଣା ନେତା ଅଲୋଡ଼ା ହୋଇ ପଡ଼ିଥିବା ଆଲୋଚନା ହେଉଛି।
ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ଶେଷଦେବ ମେହେରଙ୍କୁ ଦଳ ଟିକେଟ ନ ଦେବାରୁ ସେ ବିଦ୍ରୋହ କରି ସ୍ବାଧୀନ ଭାବେ ଠିଆ ହୋଇ ୨୮,୩୭୦ ଭୋଟ ପାଇଥିଲେ ା ଏହି ନିର୍ବାଚନରେ ମହୀଧର ଅଳ୍ପ କିଛି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ା ବର୍ତ୍ତମାନ ମହୀଧରଙ୍କୁ ନିଜ ଦଳର ପୁରୁଖା ନେତାମାନେ ଖୁଲମଖୁଲା ବିରୋଧ କରୁଛନ୍ତି।
ଏନେଇ ସେମାନେ ବିଭିନ୍ନ ସମୟରେ ମହୀଧରଙ୍କ ବିରୋଧରେ ସଭାସମିତି କରି ଆସୁଛନ୍ତି ା ଏଥିସହିତ ବିଧାୟକ ମହୀଧରଙ୍କ ପାଇଁ ଅଡୁଆ ସାଜିଛନ୍ତି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ର୍ରିୟଦର୍ଶିୀ ପ୍ରତ୍ୟୁଷ ରଥ(ବବି ରଥ) ା ମହୀଧର କଂଗ୍ରେସ କର୍ମୀମାନଙ୍କୁ ଆପଣେଇ ନେଉଥିବାରୁ ବିଜେଡିର ପୁରୁଖା କର୍ମୀ ଓ ସଂଗଠକ ଅଲୋଡ଼ା ହୋଇ ପଡ଼ିଥିବା ଅଭିଯୋଗ ହେଉଛି ା ଦୀର୍ଘ ୪ ମାସ ହେବ ପରିବର୍ତ୍ତନ ସମାବେଶ ନାମରେ ଅସନ୍ତୁଷ୍ଟ କର୍ମୀ ଓ ସଂଗଠକଙ୍କୁ ନେଇ ପ୍ରିୟଦର୍ଶୀ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପରିବର୍ତ୍ତନ ସମାବେଶ କରି ‘ମହୀଧର ହଟାଓ, କଣ୍ଟାମାଳ ବଞ୍ଚାଅ’ ସ୍ଲୋଗାନ୍‌ ଦେଇ ଆସୁଛନ୍ତି। ମୋଟାମୋଟି ଦେଖିଲେ, କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ସ୍ଥିତି ବର୍ତ୍ତମାନ ଶାସକ ଦଳ ପାଇଁ ମୁଣ୍ଡବ୍ୟଥା ପାଲଟିଛି।
ବିଜେଡି ପ୍ରିୟଦର୍ଶୀଙ୍କୁ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି। ଆହୁରି ମଧ୍ୟ ବିଜେଡି ପକ୍ଷରୁ ସେ କଣ୍ଟାମାଳରେ ପ୍ରାର୍ଥୀ ପାଇଁ ଦାବିଦାର ଅଛନ୍ତି। ବିଜେଡି ତାଙ୍କୁ ରେଢ଼ାଖୋଲ ବିଧାନସଭା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ତାଙ୍କର ଅସନ୍ତୋଷକୁ ମନାଇବାରେ ସଫଳ ହେବ ନା ସେ ଯେଭଳି ବିଦ୍ରୋହ କରିଆସୁଛନ୍ତି, ସେଭଳି କରିବେ, ସେନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସେହିପରି ବର୍ତ୍ତମାନର ଜିଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ପୂର୍ବରୁ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷ ରହିଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଅଧ୍ୟକ୍ଷ ପଦରେ ବସାଇବାରେ ସଫଳ ହୋଇଥିଲେ। ସେ ମଧ୍ୟ ଚଳିତ ନିର୍ବାଚନରେ ଲଢ଼ିିବା ପାଇଁ ପ୍ରସ୍ତୁତ ଥିବା କହୁଛନ୍ତି ା ଦଳର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ କହଁର ମଧ୍ୟ ଟିକେଟ ଲବିରେ ା ଏଥିସହିତ ଯୁବନେତା କିଶୋର କୁମାର ମେହେରଙ୍କ ନାମ ଚର୍ଚ୍ଚାକୁ ଆସିଛି ା
ଚର୍ଚ୍ଚା ଜୋର ଧରିଛି ଯେ, ଭାଜପାର ବରିଷ୍ଠ ନେତା କହ୍ନେଇ ଚରଣ ଡାଙ୍ଗ ଓ ବୟନିକାର ପୂର୍ବତନ ରାଜ୍ୟ ସଭାପତି ଶେଷଦେବ ମେହେର ହେଉଛନ୍ତି ଦୁଇ ବନ୍ଧୁ। ରାଜନୀତି ଯୋଗୁ ଦୁଇଜଣ ପରସ୍ପରର ବିରୋଧୀ ହୋଇ ଆସୁଥିଲେ ା ଏବେ କୁଆଡ଼େ ଦୁଇ ବନ୍ଧୁଙ୍କ ପୁରୁଣା ବନ୍ଧୁତା ଫେରି ଆସିବା ସହ ଉଭୟଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ୨୦୧୯ ନିର୍ବାଚନରେ ଶେଷଦେବଙ୍କୁ ବିଜେଡିରୁ ଟିକେଟ ନ ମିଳିବାରୁ ସେ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ତାଙ୍କର ଭଲ ଭୋଟ ବ୍ୟାଙ୍କ ରହିଛି ା ତେଣୁ ବିଜେଡି ପକ୍ଷରୁ ଏସବୁ ଗୋଷ୍ଠୀ କନ୍ଦଳର ଯଦି ସମାଧାନ କରା ନ ଯାଏ, ଦଳ ହାତରୁ କଣ୍ଟାମାଳ ବିଧାନସଭାମଣ୍ଡଳୀ ଖସିଯାଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି ା
ଭାଜପାର ବରିଷ୍ଠ ନେତା କହ୍ନେଇ ଗତ ୨୦୧୯ ନିର୍ବାଚନରେ ମାତ୍ର ୩,୬୫୦ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ା ଦଳରେ ତାଙ୍କର ସ୍ଥିତି ସୁଦୃଢ଼ ରହିଥିବା ବେଳେ ସେ ଟିକେଟ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି ା ଦଳର ଯୁବନେତା ତଥା ବର୍ତ୍ତମାନ ଜିଲା ପରିଷଦ ସଭ୍ୟ ରାକେଶ ତ୍ରିପାଠୀ, ଓମ୍‌ ପ୍ରକାଶ ମିଶ୍ର, ଶ୍ରୀକାନ୍ତ ମିଶ୍ର ଟିକେଟ ଆଶାୟୀ ଅଛନ୍ତି ା
କଣ୍ଟାମାଳ ଆସନରେ କଂଗ୍ରେସ ସ୍ଥିତି ଭଲ ନ ଥିବା ବେଳେ ଦଳର ଯୁବ ନେତା ପ୍ରଶାନ୍ତ କୁମାର ସାହୁ ଏଠାକାର ମଙ୍ଗ ସମ୍ଭାଳିଛନ୍ତି ା ସେ ୨୦୧୯ ନିର୍ବାଚନରେ ମାତ୍ର ୧୩,୧୬୬ ଖଣ୍ଡ ଭୋଟ ପାଇଥିଲେ ା ସେ କଂଗ୍ରେସରୁ ଦାବିଦାର ଥିବାବେଳେ ଦଳର ମନୋଜ କୁମାର ଆଚାର୍ଯ୍ୟ, କେଶବ ଖେତି, ସରୋଜ ପ୍ରଧାନ ଟିକେଟ ପାଇଁ ଆଶାୟୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri