Categories: ଖେଳ

କ୍ରିକେଟ ଫିଲ୍ଡ ଛାଡି ଟେନିସ ଖେଳିଳେ ମାହି

ନୂଆଦିଲ୍ଲୀ,୧୨।୧୧: ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବା ପରେ ମହେନ୍ଦ୍ର ସିଂ ଧୋନି ପଡ଼ିଆରେ ଆଉ କିଛି ଖେଳ ଖେଳୁଥିବା ଦେଖାଯାଇଛି। ବର୍ତ୍ତମାନ ପୂର୍ବତନ ଭାରତୀୟ ଅଧିନାୟକ ଟେନିସ କୋର୍ଟରେ ହାଜର ହୋଇଗଲେଣି। ଆଜିକାଲି ଆଇପିଏଲର ପରବର୍ତ୍ତୀ ସିଜନରେ ଧୋନିଙ୍କ ବିଷୟରେ ଅନେକ ଚର୍ଚ୍ଚା ହେଉଛି ଯେ ସେ ଆସନ୍ତା ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବେ। କିନ୍ତୁ ଏହି ସମୟରେ ମାହି ଟେନିସ କୋର୍ଟରେ ତାଙ୍କର ସମାନ ଶୈଳୀ ଦେଖାଇଛନ୍ତି।

ଧୋନି ଟେନିସ ଖେଳୁଥିବା ଭିଡିଓ ସୋସିଆଲ ମିଡିଆରେ ବେଳକୁ ବେଳ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ସେ ହାଫ୍‌ ଟି-ସାର୍ଟରେ ଟେନିସ ଖେଳୁଥିବାର ନଜର ଆସିଛନ୍ତି। ଟେନିସ ଖେଳିବାବେଳେ ମାହି ମଧ୍ୟ ତାଙ୍କର ଲମ୍ବା କେଶ ରଖିଥିବା ଦେଖାଯାଇଛି। ଧୋନିଙ୍କ ପାଖରେ ଜଣେ ବ୍ୟକ୍ତି ତାଙ୍କ ସହ ଖେଳୁଥିବା ଦେଖାଯାଏ। ଭିଡିଓରେ ଦେଖିବାକୁ ମିଳିଛି ଏହି କୁଲ କ୍ୟାପଟେନ ସମ୍ପୂର୍ଣ୍ଣ ଭାବେ ସେହି କୁଲ ଅନ୍ଦାଜରେ ଟେନିସ ଖେଳୁଛନ୍ତି। ଧୋନିଙ୍କ ଏହି କୁଲ ଅନ୍ଦାଜ ବା କୁଲ ଷ୍ଟାଇଲ ସମସ୍ତଙ୍କ ହୃଦୟ ଜିତିଛି।

Share