ମହେଶ ହିଁ ବେଷ୍ଟ

କିଆରା ଆଡଓ୍ବାନୀଙ୍କ ଆଇଡିଆକୁ ମାନିବାକୁ ପଡିବ। ନିକଟରେ ସେ ସାଇନ୍‌ କରିଥିବା ଏକ ସିନେମାରେ କିଏ ମେଲ୍‌ ଲିଡ୍‌ରେ ଆକ୍ଟିଂ କରିବ ସେ ନେଇ ତାଙ୍କର ମତ ନିଆଯାଇଥିଲା। କାରଣ ସେହି ଭୂମିକାରେ କେବଳ ରୋମାନ୍ସ ନୁହେଁ, ଆକ୍ସନ ମଧ୍ୟ ଥିଲା। ତେଣୁ ଯେତେବେଳେ ତାଙ୍କୁ ଏ ନେଇ ପଚାରଗଲା ଯେ କିଛି ସମୟ ଚିନ୍ତା କରି ଜଣଙ୍କ ନାମ କହିଥିଲେ। ”ମୋ ମତରେ ଏଭଳି ରୋଲ୍‌କୁ ତୁଲାଇବାକୁ ଜଣେ ହିଁ ଫିଟ୍‌। ସେ ହେଲେ ମହେଶ ବାବୁ। କାରଣ ଏହି ଭୂମିକାକୁ ସବୁ ଦୃଷ୍ଟି କୋଣରୁ ଚିନ୍ତା କଲେ ତାହାକୁ ଠିକ୍‌ ଭାବରେ ମହେଶ ହିଁ ତୁଲାଇ ପାରିବେ। ହେଲେ ମୁଁ କହିଦେଲେ ତ ହେବ ନାହିଁ। ଏପରି ଅଫରକୁ ସେ ଗ୍ରହଣ କରିବା ବଡ଼ କଥା। ସେ ହେଉଛନ୍ତି ମୋ ଆକ୍ଟିଂ ଗୁରୁ। ତାଙ୍କ ଅଭିନୀତ ସିନେମା ଦେଖି ମୁଁ ଆକ୍ଟିଂ ବିଷୟରେ ଅନେକ କଥା ଶିଖିଛି।“ ତେବେ ଏହି ଅନ୍‌ଟାଇଟଲ୍‌ଡ ଫିଲ୍ମରେ ମହେଶ ଅଭିନୟ କରିବେ କି ନାହିଁ ତାହା ଜାଣିବାକୁ ବାକି ରହିଲା।

Share