ରଣବୀରଙ୍କୁ ଜ୍ୱାଇଁ ଭାବେ ପାଇ ଭାବବିହ୍ବଳ ହେଲେ ମହେଶ ଭଟ୍ଟ

ବମ୍ବେ: ବିବାହ ପରଠାରୁ ଚର୍ଚ୍ଚାରେ ବଲିଉଡ୍‌ର ଅନ୍ୟତମ ହିଟ୍‌ ଯୋଡ଼ି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଗୁରୁବାର ବାସ୍ତୁ ଆପାର୍ଟମେଣ୍ଟରେ ଉଭୟ ହାତକୁ ଦୁଇ ହାତ ହୋଇଛନ୍ତି। ଏହି ବିବାହରେ ପରିବାରଲୋକଙ୍କ ସହ ବନ୍ଧୁ ଏବଂ ସମ୍ପର୍କୀୟମାନେ ଯୋଗ ଦେଇଥିଲେ। ଏବେ ବିବାହର ଅନେକ ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହେଉଛି। ସେଥିରୁ ଗୋଟିଏ ଫଟୋ ସମସ୍ତଙ୍କ ହୃଦୟ ଜିଣୁଛି। ଫଟୋରେ ମହେଶ ଭଟ୍ଟ ଜ୍ୱାଇଁଙ୍କୁ କୁଣ୍ଢାଇଥିବା ଦେଖାଯାଉଛି। ସେ ବେଶ ଭାବବିହ୍ବଳ ନଜର ଆସୁଛନ୍ତି। ଝିଅ ଆଲିଆଙ୍କ ବିବାହକୁ ନେଇ ଉଭୟ ପରିବାରର ଖୁସି ବେଶ ବାରି ହୋଇ ପଡ଼ୁଛି। ଆଲିଆଙ୍କ ଭଉଣୀ ପୂଜା ଭଟ୍ଟ ଏହି ଫଟୋ ଶେୟାର କରି ଲେଖିଛନ୍ତି-ଯେତେବେଳେ ହୃଦୟରୁ କହିବା ଏବଂ ଶୁଣିବା ଲୋକ ଥିବେ ତେବେ ଶବ୍ଦର ଆବଶ୍ୟକତା କ’ଣ।

Share