Categories: ଖେଳ

ପଡ଼ିଆକୁ ଓହ୍ଲାଇଲେ ଧୋନୀ

କ୍ରିକେଟ ନୁହେଁ ଫୁଟ୍‌ବଲ ପଡ଼ିଆରେ ନଜର ଆସିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ଅବସରପ୍ରାପ୍ତ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ। ଜୁହୁ ସ୍ଥିତି ଫୁଟବଲ ଗ୍ରାଉଣ୍ଡରେ ପ୍ରାକ୍ଟିସ କରିବା ପାଇଁ ଧୋନୀ ପହଞ୍ଚିଛନ୍ତି। ତାଙ୍କ ସହ ବଲିଉଡ୍‌ର ବହୁ ନାମୀ ଅଭିନେତା ରନବୀର କପୁର, ଡିନୋ ମୋରିଆ, ଇବ୍ରାହିମ ଅଲି ଅଭ୍ୟାସ କରୁଥିଲେ। ଆଗାମୀ ଦିନରେ ଅଭିଷେକ ବଚ୍ଚନ ଓ ଅର୍ଜୁନ କପୁର ମଧ୍ୟ ଏହି ପ୍ରାକ୍ଟିସରେ ଯୋଗଦେବେ। ଏମାନେ ଆଇପିଏଲ ପରେ ମେ’ କିମ୍ବା ଜୁନରେ ଦର୍ଶକଙ୍କ ପାଇଁ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେ।

Share