ଏହି କାରଣରୁ ଦୀପିକାଙ୍କଠାରୁ ଦୂରେଇ ଯାଇଥିଲେ ଧୋନୀ

ବଲିଉଡ୍‌ ଏବଂ ଖେଳ ଜଗତ ମଧ୍ୟରେ ବହୁ ପୁରୁଣା ସମ୍ପର୍କ ରହିଛି। ଅନେକ କ୍ରିକେଟ୍‌ର୍‌ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି। କିଛି ପ୍ରେମ ସମ୍ପର୍କ ବିବାହରେ ପରିଣ ହୋଇଥିବାବେଳେ ଆଉ କିଛି ସମ୍ପର୍କ ଅଧାରୁ ଶେଷ ହୋଇଛି। ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସେଥି ମଧ୍ୟରୁ ଅନ୍ୟତମ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଇଣ୍ଡଷ୍ଟ୍ରୀରେ ବେଶ୍‌ ଚର୍ଚ୍ଚା ହୋଇଥିଲା। କୁହାଯାଏ, ଉଭୟ ପରସ୍ପର ସହ ସମୟ ବିତାଇବାକୁ ମଧ୍ୟ ପସନ୍ଦ କରୁଥିଲେ। ଏକ ରାମ୍ପ୍‌ ଶୋ’ରେ ମଧ୍ୟ ଦୁହେଁ ଏକାଠି ନଜର ଆସିଥିଲେ।ଏହାସହ ଅଷ୍ଟ୍ରେଲିଆ ବିପକ୍ଷ ଏକ ଟି-୨୦ ମ୍ୟାଚ୍‌ରେ ମାହିଙ୍କୁ ଚିୟର କରିବା ପାଇଁ ଦୀପିକା ଷ୍ଟାଡିୟମରେ ପହଞ୍ଚିଥିଲେ। କିନ୍ତୁ କୁହାଯାଏ, ଭାରତୀୟ କ୍ରିକେଟର୍‌ ଯୁବରାଜ ସିଂ ଏହି ପ୍ରେମ ସମ୍ପର୍କରେ କଣ୍ଟା ସାଜିଥିଲେ। ଯୁବରାଜ ଏବଂ ଦୀପିକା ନିକଟତର ହେବା ଦେଖି ମାହି ଦୀପିକାଙ୍କଠାରୁ ଦୂରେଇ ଯାଇଥିଲେ। ଏoହାପରେ ମାହି ସାକ୍ଷୀ ରାଓ୍ବତଙ୍କୁ ବିବାହ କରିଥିଲେ।

Share