ଜିଓମାର୍ଟର ବ୍ରାଣ୍ଡ ଆମ୍ବାସାଡର ହେଲେ ଧୋନି

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସହିତ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଧୋନିଙ୍କୁ ରିଲାଏନ୍ସ ରିଟେଲର ଜିଓମାର୍ଟର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଧୋନି ପୂର୍ବରୁ ଅନେକ କମ୍ପାନୀ ସହିତ ଜଡିତ ଅଛନ୍ତି।

ଧୋନିଙ୍କୁ ଜିଓମାର୍ଟର ବ୍ରାଣ୍ଡ ଆମ୍ବାସାଡର କରିବା ବିଷୟରେ ରିଲାଏନ୍ସ ରିଟେଲ ସୂଚନା ଦେଇଛି। କମ୍ପାନୀ କହିଛି ଯେ, ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଜିଓମାର୍ଟର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଏହା ସହିତ କମ୍ପାନୀ ଜିଓମାର୍ଟର ଉତ୍ସବ ଅଭିଯାନର ନାମ ପରିବର୍ତ୍ତନ କରିବା ବିଷୟରେ ମଧ୍ୟ ସୂଚନା ଦେଇଛି। ବର୍ତ୍ତମାନ ଜିଓମାର୍ଟର ଉତ୍ସବର ଅଭିଯାନର ନାମକୁ ବଦଳାଇ ‘ଜିଓ ଉତ୍ସବ, ସେଲିବ୍ରେସନ ଅଫ ଇଣ୍ଡିଆ’ ରଖାଯାଇଛି। ଜିଓମାର୍ଟ ସିଇଓ ବରାଗନ୍ତି ଧୋନିଙ୍କୁ ବିହାର କାରିଗର ଅମ୍ବିକା ଦେବୀଙ୍କ ଦ୍ୱାରା ନିର୍ମିତ ଏକ ମଧୁବାଣୀ ଚିତ୍ର ଦେଇଛନ୍ତି।