Categories: ଖେଳ

ବାଇକ୍‌ ଧରି ଏକୁଟିଆ ବୁଲୁଛନ୍ତି ଧୋନୀ

ରାଞ୍ଚି,୧୦।୧୧: ଆଇପିଏଲ୍‌ ୨୦୨୦ରେ ନୈରାଶଜନକ ପ୍ରଦର୍ଶନ କରି ୟୁଏଇରୁ ଭାରତ ଫେରିଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଦୁବାଇରୁ ସିଧା ନିଜ ସହର ରାଞ୍ଚିକୁ ଫେରିଆସିଛନ୍ତି। ଏବେ ମାହି ନିଜ ପରିବାର ସହ ସମୟ ବିତାଉଛନ୍ତି। ଆଇପିଏଲରୁ ଚେନ୍ନାଇ ସୁପର୍‌ କିଙ୍ଗସର ବାଦ ପଡିବା ପରେ ଧୋନୀଙ୍କୁ ରାଞ୍ଚି ରାସ୍ତାରେ ବାଇକ ଚଳାଉଥିବାର ଦେଖିବାକୁ ମିଳିଛି। ସମସ୍ତେ ଜାଣନ୍ତି ଧୋନୀ ବାଇକର ଖୁବ ସୌକିନ। ସେ ନିଜ ପାଖରେ ଅନେକ ମହଙ୍ଗା ବାଇକ କଲେକ୍ସନ ରଖିଛନ୍ତି। ଅଧିକାଂଶ ସମୟରେ ତାଙ୍କୁ ରାଞ୍ଚି ସହରରେ ଗାଡି ଚଳାଉଥିବା ଦେଖିବାକୁ ମିଳେ। ନିକଟରେ ତାଙ୍କୁ ନିଜର ସବୁଠାରୁ ପୁରୁଣା ବାଇକ ୟାମାହାରେ ରାଞ୍ଚିର ରିଙ୍ଗ ରୋଡରେ ଏକୁଟିଆ ବୁଲୁଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଚଳିତ ଆଇପିଏଲ୍‌ ଧୋନୀଙ୍କ ଦଳ ନୈରାଶଜନକ ପ୍ରଦର୍ଶନ କରିଥିଲା। ଦଳ ୧୪ଟି ମ୍ୟାଚ୍‌ ଖେଳ ମାତ୍ର ୬ଟି ବିଜୟ ହାସଲ କରି ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଥିଲା। ଧୋନି ନଭେମ୍ବର ୨ରେ ରାଞ୍ଚି ଫେରିଆସିଥିଲେ। ଧୋନୀ ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଥିଲେ।

 

Share