Posted inଖେଳ

ବାଇକ୍‌ ଧରି ଏକୁଟିଆ ବୁଲୁଛନ୍ତି ଧୋନୀ

ରାଞ୍ଚି,୧୦।୧୧: ଆଇପିଏଲ୍‌ ୨୦୨୦ରେ ନୈରାଶଜନକ ପ୍ରଦର୍ଶନ କରି ୟୁଏଇରୁ ଭାରତ ଫେରିଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଦୁବାଇରୁ ସିଧା ନିଜ ସହର ରାଞ୍ଚିକୁ ଫେରିଆସିଛନ୍ତି। ଏବେ ମାହି ନିଜ ପରିବାର ସହ ସମୟ ବିତାଉଛନ୍ତି। ଆଇପିଏଲରୁ ଚେନ୍ନାଇ ସୁପର୍‌ କିଙ୍ଗସର ବାଦ ପଡିବା ପରେ ଧୋନୀଙ୍କୁ ରାଞ୍ଚି ରାସ୍ତାରେ ବାଇକ ଚଳାଉଥିବାର ଦେଖିବାକୁ ମିଳିଛି। ସମସ୍ତେ ଜାଣନ୍ତି ଧୋନୀ ବାଇକର ଖୁବ ସୌକିନ। ସେ ନିଜ ପାଖରେ ଅନେକ ମହଙ୍ଗା ବାଇକ କଲେକ୍ସନ ରଖିଛନ୍ତି। ଅଧିକାଂଶ ସମୟରେ ତାଙ୍କୁ ରାଞ୍ଚି ସହରରେ ଗାଡି ଚଳାଉଥିବା ଦେଖିବାକୁ ମିଳେ। ନିକଟରେ ତାଙ୍କୁ ନିଜର ସବୁଠାରୁ ପୁରୁଣା ବାଇକ ୟାମାହାରେ ରାଞ୍ଚିର ରିଙ୍ଗ ରୋଡରେ ଏକୁଟିଆ ବୁଲୁଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଚଳିତ ଆଇପିଏଲ୍‌ ଧୋନୀଙ୍କ ଦଳ ନୈରାଶଜନକ ପ୍ରଦର୍ଶନ କରିଥିଲା। ଦଳ ୧୪ଟି ମ୍ୟାଚ୍‌ ଖେଳ ମାତ୍ର ୬ଟି ବିଜୟ ହାସଲ କରି ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଥିଲା। ଧୋନି ନଭେମ୍ବର ୨ରେ ରାଞ୍ଚି ଫେରିଆସିଥିଲେ। ଧୋନୀ ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାକ୍‌କୁଲମ କେକେଆର ସହାୟକ କୋଚ୍‌

ନୂଆଦିଲ୍ଲୀ,୯।୮(ପିଟି): ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମ ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳକୁ ଫେରିବାକୁ ଯାଉଛନ୍ତି। କିନ୍ତୁ ଜଣେ ଖେଳାଳି ଭାବେ...

୧୫୦ ରନ୍‌ର ଅପରାଜିତ ଇନିଂସ ଖେଳିଲେ ଏହି କ୍ରିକେଟର୍‌: ମାତ୍ର ୫ ରନ୍‌ ପାଇଁ ବିଶ୍ୱରେକର୍ଡରୁ ବଞ୍ଚିତ

ହରାରେ,୯।୭: ଜିମ୍ବାୱେ ବନାମ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚରେ ବାଂଲାଦେଶ ସ୍ଥିତି ଦୃଢ ରହିଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବାଂଲାଦେଶର ତାରକା...

ସର୍ଫରାଜଙ୍କ ବହିଷ୍କାର : ଅସମ୍ବେଦନଶୀଳ ଟୁଇଟ୍‌ ନେଇ ପିସିବି କ୍ଷମା ମାଗିଲା

ନୂଆଦିଲ୍ଲୀ, ୧୯।୧୦: ଏକ ଅସମ୍ବେଦନଶୀଳ ଟୁଇଟ୍‌ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଶେଷରେ କ୍ଷମା ମାଗିଛି। ସର୍ଫରାଜ ଅହମ୍ମଦଙ୍କୁ ଟେଷ୍ଟ ଓ ଟି୨୦ ଅଧିନାୟକ...

ଟିମ୍‌ ଇଣ୍ଡିଆର ବିଜୟ ଅଭିଯାନ

ମହିଳା ଟି୨୦ ବିଶ୍ୱକପ୍‌: ସିଡ୍‌ନୀ,୨୧।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଇଭେଣ୍ଟରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବିଜୟ ସହ...

କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବଜେଟ

ନୂଆଦିଲ୍ଲୀ, ୨ା୨ (ପି.ଟି.)-କେନ୍ଦ୍ର ସରକାର କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଗତ ବର୍ଷ ତୁଳନାରେ ଏହା ୫୦ କୋଟି ଟଙ୍କା ଅଧିକ।...

ଟସ୍‌ ଜିତିଲା ଟିମ୍‌ ଇଣ୍ଡିଆ, ବୋଲିଂ ନିଷ୍ପତ୍ତି…

ସିଲହଟ,୧୦।୧୦ : ମହିଳା ଏସିଆ କପ ୨୦୨୨ ରେ ଆଜି ଭାରତୀୟ ମହିଳା ଦଳ ଏବଂ ଥାଇଲାଣ୍ଡ ମଧ୍ୟରେ ମ୍ୟାଚ୍‌ ହେଉଛି। ବାଂଲାଦେଶର ସିଲହଟ ଇଣ୍ଟରନ୍ୟାଶନାଲ...

ଦେଶର ଶ୍ରେଷ୍ଠ ଆଥଲେଟିକ୍‌ ଏକାଡେମୀ ମଧ୍ୟରେ କିଟ୍‌

ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍‌ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍‌ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍‌ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ...

ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୯: ଦିନିକିଆ ବିଶ୍ୱକପ୍‌ ୨୦୨୩ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା ଲାଗିଛି। ବାମ ହାତରେ ଆଘାତ କାରଣରୁ ବ୍ୟାଟ୍ସମ୍ୟାନ୍‌ ଟ୍ରାଭିସ୍‌ ହେଡ୍‌ ଟୁର୍ନାମେଣ୍ଟର ପ୍ରଥମ ପର୍ଯ୍ୟାୟରେ...

Advertisement
Archives

Model This Week