Categories: ଖେଳ

ଗୁପ୍ତଚର ହେବେ ଧୋନୀ

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ‘କ୍ୟାପ୍ଟେନ୍‌ ୭’ ନାମକ ଏକ ଆନିମେଟେଡ୍‌ ସିରିଜ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଗୁପ୍ତଚର ସିରିଜ୍‌ର ପ୍ରଥମ ସିଜିନ୍‌ ଧୋନୀଙ୍କ ଉପରେ ଆଧାରିତ ହେବ। ଏବେ ଏହାର ନିର୍ମାଣ ଚାଲିଛି। ୭ ନମ୍ବର ଜର୍ସି ପିନ୍ଧି ଧୋନୀ ଭାରତକୁ ଅନେକ ମ୍ୟାଚ୍‌ ଜିତାଇଛନ୍ତି। ଧୋନୀ ଏବଂ ତାଙ୍କ ସ୍ତ୍ରୀ ସାକ୍ଷୀଙ୍କ ପ୍ରଡକସନ୍‌ ହାଉସ୍‌ ଧୋନୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ବ୍ଲାକ୍‌ ହ୍ବାଇଟ୍‌ ଅରେଞ୍ଜ୍‌ ବ୍ରାଣ୍ଡ୍ସ ଲିମିଟେଡ୍‌(ବିଡବ୍ଲ୍ୟୁଓ) ମିଳିତ ଭାବରେ ଏହି ସିରିଜ୍‌ର ନିର୍ମାଣ କରୁଛନ୍ତି। ଏହାକୁ ଦେଶର ପ୍ରଥମ ଆନିମେଟେଡ୍‌ ସ୍ପାଏ(ଆନିମେଟେଡ୍‌ ଗୁପ୍ତଚର) ବୋଲି କୁହାଯାଉଛି। ୨୦୨୨ରେ ଏହି ରିଲିଜ୍‌ ହେବ। ଏହା ଏକ ରୋମାଞ୍ଜକର ସିରିଜ୍‌ ହେବ ବୋଲି ସାକ୍ଷୀ କହିଛନ୍ତି।

Share