ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ଜେଲ୍‌

ଡର୍ବାନ,୮।୬: ମହତ୍ମା ଗାନ୍ଧୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଠକେଇ ମାମଲାରେ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦକ୍ଷିଣ ଆଫ୍ରିକାର ଏକ କୋର୍ଟ। ୫୬ ବର୍ଷୀୟା ରାମଗୋବିନ ଶିଳ୍ପପତି ଏସ୍‌ ଆର ମହାରାଜଙ୍କ ସହ ୬୨ ଲକ୍ଷ ରାଣ୍ଡ (ପ୍ରାୟ ୩.୩ କୋଟି ଟଙ୍କା)ର ଠକେଇ କରିଥିଲେ। ଭାରତରୁ ଆମଦାନୀ ଓ କନସାଇନମେଣ୍ଟ ଉପରୁ କଷ୍ଟମ ଶୁଳ୍କ କ୍ଲିୟରାନ୍ସ ବାବଦକୁ ନ୍ୟୁ ଆଫ୍ରିକା ଆଲାଏନ୍ସ ଫୁଟ୍‌ଓ୍ବିଅର ଡିଷ୍ଟ୍ରିବ୍ୟୁଟର୍‌ର ନିର୍ଦ୍ଦେଶକ ଏସ୍‌. ଆର୍‌. ମହାରାଜଙ୍କଠାରୁ ଏହି ଅର୍ଥ ନେଇଥିଲେ। ଏହି ମାମଲାରେ ଆଶିଷ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ରାମଗୋବିନ ହେଉଛନ୍ତି ସାମାଜିକ କର୍ମୀ ଇଲା ଗାନ୍ଧୀ ଓ ସ୍ବର୍ଗତଃ ମଓ୍ବୋ ରାମଗୋବିନ୍ଦଙ୍କ ଝିଅ। ୨୦୧୫ରେ ଏହି ମାମଲାର ଶୁଣାଣିବେଳେ ଦେଶର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରିଗେଡିୟର ହାଙ୍ଗଓ୍ବାନି ମୁଲାଦ୍‌ଜି କହିଥିଲେ, ଲାଇନ୍ସ ଭର୍ତ୍ତି କଣ୍ଟେନର୍ସ ଭାରତରୁ ଆସିଥିବା ଥିବା ଦର୍ଶାଇବା ପାଇଁ ରାମଗୋବିନ ରିସିପ୍ଟ ଓ ଡକ୍ୟୁମେଣ୍ଟରେ ଜାଲିଆତି କରିଥିଲେ। ଏହାପରେ ମହାରାଜ ମଗାଇଥିବା ସାମଗ୍ରୀ ଡେଲିଭରୀ ହୋଇଯାଇଥିବା ରାମଗୋବିନ, ମହାରାଜଙ୍କୁ ସାକ୍ଷାତ କରି ଜଣାଇଥିଲେ। ସେତେବେଳେ ଲତା ଦେଇଥିବା ସମସ୍ତ ଦସ୍ତାବିଜ୍‌ ନକଲି ଥିଲା ବୋଲି ସୋମବାର ଶୁଣାଣିରେ କୋର୍ଟ ଜାଣିବାକୁ ପାଇଥିଲେ।

Share