Posted inଫୁରସତ

ସ୍ବାଧୀନତାରେ ଅରଟ କଥା

ସ୍ବାଧୀନତାର ୭୫ ବର୍ଷର ଉପଲବ୍ଧି ଆମେ ପାଳନ କରିବାକୁ ଯାଉଥିବାବେଳେ ଆସନ୍ତୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ତାଙ୍କ ଅତ୍ୟନ୍ତ ପ୍ରିୟ ଅରଟ ସମ୍ପର୍କରେ କିଛି ଆଲୋକପାତ କରିବା। ୧୯୪୮ଜାନୁଆରୀ ୧୩ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଶେଷଥର ପାଇଁ ଅନଶନ କରିଥାନ୍ତି- ଦିଲ୍ଲୀର ବିରଳାଭବନରେ। ସର୍ତ୍ତଥିଲା- ସାଂପ୍ରଦାୟିକ ଦଙ୍ଗାର ଅବସାନ ସହ ପାକିସ୍ତାନ ପାଇଁ ସଂପତ୍ତି ଭରଣା ଲାଗି ୫୫ କୋଟି ଟଙ୍କା ପ୍ରଦାନର ପ୍ରତିଶ୍ରୁତି। ଆଉ ତାଙ୍କର ଏହି ଦାବି ଥିଲା ସ୍ବାଧୀନ ଭାରତର ନୂଆ ସରକାରଙ୍କ ନିକଟରେ। ଅନଶନରେ ଗାନ୍ଧୀଙ୍କ ଜୀବନ ସଙ୍କଟାପନ୍ନ ହୋଇପଡ଼ିଲା। ଅନ୍ୟପଟେ ତାଙ୍କର ନିଷ୍ପତ୍ତି ବି ଥିଲା ଅଟଳ। ଶେଷରେ ବୁଝାଶୁଝା ପରେ ଅନଶନ ଭାଙ୍ଗି ତାଙ୍କର ପ୍ରିୟ ଛେଳି ଦୁଧ ଓ ଚାରୋଟି କମଳା ଭୋଜନ କଲେ। ଖାଇସାରି ବିଶ୍ରାମ ନେବେ କ’ଣ ପାଖକୁ ‘ଅରଟ’ଟିକୁ ଆଣିବାକୁ କହିଲେ। କେହି ଜଣେ ଅରଟଟି ଆଣି ତାଙ୍କ ହାତକୁ ବଢ଼େଇ ଦେବା ପରେ ସେ କ୍ଲାନ୍ତ ଥିଲେ ମଧ୍ୟ ସେଥିରେ ସୂତାକାଟିବା ଆରମ୍ଭ କରିଦେଲେ। ଡାକ୍ତର ଆସି ତାଙ୍କୁ ଏଥିରୁ ବାରଣ କରିଥିଲେ ବି ସେ ତାଙ୍କ କଥା ମାନି ନ ଥିଲେ। ଖାଦ୍ୟ ଗ୍ରହଣ କରିଛନ୍ତି ଯେତେବେଳେ ପରିଶ୍ରମ ହିଁ କରିବାକୁ ପଡ଼ିବ। ଯେଉଁ ଅରଟ ଦେଶକୁ ବିଦେଶୀ ଶୃଙ୍ଖଳରୁ ମୁକ୍ତିଦେଲା ଲୋକଙ୍କୁ ଦେଲା ସ୍ବାବଲମ୍ବୀ ହେବାର ପନ୍ଥା – ସେଇ ଅରଟକୁ ସେ କ’ଣ ଛାଡ଼ିପାରିବେ? ଓଡ଼ିଶାରେ ପଦଯାତ୍ରାବେଳେ ମହାତ୍ମାଗାନ୍ଧୀ ତାଙ୍କ ସହ ବାଟ ଚାଲୁଥିବା ଲୋକଙ୍କୁ ଅରଟରେ ସୂତା କାଟିବା ପାଇଁ ପ୍ରବର୍ତ୍ତାଉଥିଲେ। ଅରଟ ଲୋକ ବିଶ୍ୱାସରେ ଥିଲା – ଦେଶପ୍ରୀତିର ସଂକେତ, ଯାହାକୁ ନେଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଛନ୍ତି- ‘ଭାଇ ହେ ଏବେ ଅରଟ କାଟ, ଆଉ କିଛି ଭରସା ନାହିଁ, ଅରଟ ଏକା ମୁକତି ବାଟ।’

ଅରଟରେ କଟା ସୂତାର ଲୁଗାକୁ ଲୋକେ ସ୍ବାଧୀନତା କାଳରେ ମୁକ୍ତିର ପୋଷାକ ମନେ କରୁଥିଲେ। ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଅରଟ ବିଞ୍ଚତ୍ ଦେଇଥିଲା – ଦେଶପ୍ରେମର ବହ୍ନି ଆଉ ଦେଖାଇ ଦେଇଥିଲା ମୁକ୍ତିିର ବାଟ। ଯୁଗପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ସ୍ବାଧୀନତା ପ୍ରସଙ୍ଗରେ କହିଲେ – ଓ ବାବାଃ, ସ୍ବାଧୀନତାର ମର୍ମ କେତେ ଲୋକ ବୁଝନ୍ତି? ତାହା ଯିଏ ବୁଝେ ଓ କରେ ସେ ସପରିବେଶ ଜୀବନର ମାଧୁର୍ଯ୍ୟ ଉପଲବ୍ଧି କରିପାରେ। ଶ୍ରୀଶ୍ରୀଠାକୁର ପୁନର୍ବାର ପ୍ରକାଶ କଲେ – ବୈଶିଷ୍ଟ୍ୟପାଳୀ ଆପୂରୟମାଣ ଆଦର୍ଶକୁ କେନ୍ଦ୍ର କରି ଦେଶର ଜନସାଧାରଣ ଯେତେବେଳେ ପରସ୍ପରର ସତ୍ତା-ସ୍ବାର୍ଥେ ସ୍ବାର୍ଥନ୍ବିତ ହୋଇ ସ୍ବ-ସ୍ବ-ବୈଶିଷ୍ଟ୍ୟାନୁଯାୟୀ ପରସ୍ପରକୁ ପରିପୂରଣ, ସେବା ଓ ସଂରକ୍ଷଣ କରିଚାଲନ୍ତି, ସେତେବେଳେ ହିଁ ଦେଶରେ ଆସେ ପ୍ରକୃତ ସ୍ବାଧୀନତା।
– ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri