Categories: ଫୁରସତ

ଏମିତି ଗାଁ, ଯେଉଁଠି ମନ୍ଦିରରେ ବାପୁଙ୍କୁ କରାଯାଏ ପୂଜା

ଆଜି ହେଉଛି ଅକ୍ଟୋବର ୨। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସ। ୧୮୬୯ ମସିହା ଆଜିର ଦିନରେ ପୋରବନ୍ଦରରେ ବାପୁଙ୍କ ଜନ୍ମ। ଆଜିର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ବାପୁଙ୍କ ବିଷୟରେ କିଛି କଥା…
କର୍ନାଟକର ମାଙ୍ଗାଲୁରୁସ୍ଥିତ ଶ୍ରୀବ୍ରହ୍ମା ବୈଦରକଳା କ୍ଷେତ୍ର ଗରୋଡିରେ ମହାତ୍ମାଗାନ୍ଧୀଙ୍କ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ବାପୁଙ୍କୁ ଦିନକୁ ଦୁଇ ତିନିଥର ପୂଜା କରାଯାଉଛି। ପ୍ରତ୍ୟେକ ବର୍ଷ ଅକ୍ଟୋବର ୨ ଏବଂ ଅଗଷ୍ଟ ୧୫ରେ ବାପୁଙ୍କୁ ବିଶେଷ ପୂଜା କରାଯାଇଥାଏ। ୧୯୪୮ ମସିହାରେ ଏହି ମନ୍ଦିରଟି ନିର୍ମାଣ କରାଯାଇଥିଲା। ୨୦୦୬ରେ ବାପୁଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ତିଆରି କରାଯାଇଛି।
ସେହିପରି ଓଡ଼ିଶାର ସମ୍ବଲପୁର ଜିଲା ଭଟାରା ଗାଁରେ ରହିଛି ବାପୁ ମନ୍ଦିର। ଏହି ମନ୍ଦିରରେ ୬ ଫୁଟ ଉଚ୍ଚତାର ବାପୁଙ୍କର ଏକ ମୂର୍ତ୍ତି ରହିଛି। ମୂର୍ତ୍ତି ଉପରେ ତ୍ରିରାଙ୍ଗା ମଧ୍ୟ ଉଡୁଛି। ମନ୍ଦିର କାନ୍ଥରେ ବିଆର୍‌ ଆମ୍ବେଦକରଙ୍କ ସହିତ ଅନ୍ୟ ମହାପୁରୁଷଙ୍କ ଫଟୋ ଲଗାଯାଇଛି। ଏହି ମନ୍ଦିରର ନିର୍ମାଣ ପ୍ରଥମେ ଗାନ୍ଧୀବାଦୀ ନେତା ଅଭିମନ୍ୟୁ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିରଟି ନିର୍ମାଣ ହୋଇଥିଲା।

Share