ନୂଆଦିଲ୍ଲୀ, ୨।୧୦: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଆଜି ୧୫୧ତମ ଜନ୍ମଦିବସ। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶୁକ୍ରବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଥିବା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ପହଞ୍ଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗାନ୍ଧୀ ଜୟନ୍ତୀ ଅବସରରେ ଏଠାରେ ଏକ ଭଜନ ସମାରୋହ ମଧ୍ୟ ଆୟୋଜିତ ହୋଇଥିଲା। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ ଯୋଗେ ବାପୁଙ୍କୁ ମନେ ପକାଇଥିଲେ। ଗାନ୍ଧୀ ଜୟନ୍ତୀ ଅବସରରେ ଆମେ ପ୍ରିୟ ବାପୁଙ୍କୁ ନମସ୍କାର କରୁଛୁ। ତାଙ୍କ ଜୀବନ ଏବଂ ମହାନ ଚିନ୍ତାଧାରାରୁ ଅନେକ କିଛି ଶିଖିବାକୁ ଅଛି। ବାପୁଙ୍କ ଆଦର୍ଶ ଆମକୁ ଏକ ସମୃଦ୍ଧ ତଥା ଦୟାଳୁ ଭାରତ ସୃଷ୍ଟି କରିବାରେ ମାର୍ଗଦର୍ଶନ ଜାରି ରଖିବ ବୋଲି ସେ ଟୁଇଟ୍ ଯୋଗେ କହିଥିଲେ।
ଏହା ବ୍ୟତୀତ ମୋଦି ବିଜୟ ଘାଟରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶୁକ୍ରାବାର ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
We bow to beloved Bapu on Gandhi Jayanti.
There is much to learn from his life and noble thoughts.
May Bapu’s ideals keep guiding us in creating a prosperous and compassionate India. pic.twitter.com/wCe4DkU9aI
— Narendra Modi (@narendramodi) October 2, 2020