Categories: ଜାତୀୟ

ବାପୁଙ୍କ ଅବଦାନ କେବେ ଭୁଲି ହେବନି: ମୋଦି

ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ଶ୍ରାଦ୍ଧବାର୍ଷିକୀ ଆଜି ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ ଯୋଗେ କହିଛନ୍ତି, ମୁଁ ବାପୁଙ୍କୁ ତାଙ୍କ ପୂଣ୍ୟତିଥିରେ ପ୍ରଣାମ କରୁଛି ଏବଂ ତାଙ୍କର ଗଭୀର ଚିନ୍ତାଧାରାକୁ ମନେ ପକାଉଛି। ମୁଁ ଦେଶର ସେବାରେ ଶହୀଦ ହୋଇଥିବା ସମସ୍ତଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବାପୁଙ୍କ ବଳିଦାନ କେବେ ବି ଭୁଲି ହେବ ନାହିଁ ଏବଂ ବିକଶିତ ଭାରତ ପାଇଁ କାମ କରିବାକୁ ଆମ ସଂକଳ୍ପ ଆହୁରି ମଜଭୁତ ହେବ।
ଆଜି ରାଜଘାଟର ବାପୁଙ୍କ ସମାଧିସ୍ଥଳରେ ଏକ ସର୍ବ ଧର୍ମ ପ୍ରାର୍ଥନା ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୧ଟାରେ ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।
ଜାନୁଆରୀ ୩୦, ଦେଶର ଇତିହାସରେ ଏକ କଳା ଦିନ। ୧୯୪୮ ମସିହା ଆଜିର ଦିନରେ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗୋଡସେ ହତ୍ୟା କରିଥିଲେ। ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଭାରତ ତାଙ୍କ ପୂଣ୍ୟତିଥିକୁ ଶହୀଦ ଦିବସ ଭାବେ ପାଳନ କରାଯାଏ।

Share