ନିରାଡାମ୍ବରାରେ ମା’ଙ୍କ ମହାଷ୍ଟମୀ ପୂଜା

ପାଟଣା,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ଉଦୟପୁର ଗ୍ରାମରେ ୩ ଶହ ବର୍ଷର ପ୍ରାଚୀନ ଦୁର୍ଗା ମଣ୍ଡପ ଓ ପାଟଣା ମୁଖ୍ୟାଳୟସ୍ଥିତ ମଣ୍ଡପରେ ମା’ ଦୁର୍ଗାଙ୍କ ମହାଷକଟମୀ ପୁଜା ନିରଡାମ୍ବର ଭାବେ ପାଳିତ ହେଉଛି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆୟୋଜକ ମୁଖ୍ୟ ଫାଟକ ବନ୍ଦ ରଖି ପୂଜା ଅର୍ଚ୍ଚନା ନୀତିକାନ୍ତି କରୁଥିବା ବେଳେ ଚଳିତ ବର୍ଷ ତୋରଣ ଓ ଆଲୋକ ମାଳା କିମ୍ବା ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିନାହିଁ। ଶନିବାର ଅଷ୍ଟମୀରେ ମଧ୍ୟ ଦେବୀ ମଣ୍ଡପ ଖାଁ ଖାଁ ରହିଛି।